ETV Bharat / bharat

ବନ୍ଦେ ଭାରତ ମିଶନ: ଲଣ୍ଡନରୁ କୋଚି ବାହାରିଲେ 333 ଭାରତୀୟ - ବିଦେଶରେ ଫସିଥିବା ଭାରତୀୟ

ମଙ୍ଗଳବାର ଲଣ୍ଡନରୁ ଏକ ବିମାନରେ 333 ଭାରତୀୟ କୋଚି ଅଭିମୁଖେ ବାହାରିଥିବା ଜଣାପଡିଛି । ଏନେଇ ଲଣ୍ଡନରେ ଥିବା ଭାରତୀୟ ଦୂତାବାସ ସୂଚନା ଦେଇଛି । ଅଧିକ ପଢନ୍ତୁ...

ବନ୍ଦେ ଭାରତ ମିଶନ: ଲଣ୍ଡନରୁ କୋଚି ବାହାରିଲେ 333 ଭାରତୀୟ

author img

By

Published : May 20, 2020, 1:21 AM IST

ଲଣ୍ଡନ: ବନ୍ଦେ ଭାରତ ମିଶନ ଅଧୀନରେ ଦ୍ବିତୀୟ ପର୍ଯ୍ୟାୟ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି । ଏଥିରେ ବିଦେଶରେ 40ଟି ଦେଶରୁ 149ଟି ବିମାନରେ ଫେରିବେ ଫସିଥିବା ଭାରତୀୟ । ମେ 16ରୁ ଏହି ଅଭିଯାନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି ।

ଏହି ଅବସରରେ ମଙ୍ଗଳବାର ଲଣ୍ଡନରୁ ଏକ ବିମାନରେ 333 ଭାରତୀୟ କୋଚି ଅଭିମୁଖେ ବାହାରିଥିବା ଜଣାପଡିଛି । ଏନେଇ ଲଣ୍ଡନରେ ଥିବା ଭାରତୀୟ ଦୂତାବାସ ସୂଚନା ଦେଇଛି । କୋଚିରେ ପହଞ୍ଚିବା ପରେ ଏହା ବିଜୟୱାଡା ଅଭିମୁଖେ ଯାତ୍ରା କରିବ । ମଙ୍ଗଳବାର ସକାଳେ ଆବୁଧାବିରୁ ବିଶାଖାପଟନମ ଅଭିମୁଖେ ଏକ ବିମାନ ଆସିସାରିଛି ।

ସେହିପରି ଏବେ ସୁ୍ଦ୍ଧା 8ଟି ଏୟାର ଇଣ୍ଡିଆ ବିମାନରେ 2288 ଭାରତୀୟ ୟୁକେରୁ ଫେରିଥିବା ସୂଚନା ରହିଛି । ମେ ପ୍ରଥମ ସପ୍ତାହରେ ମିଶନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି । ଏବେ ଦ୍ବିତୀୟ ପର୍ଯ୍ୟାୟ ଚାଲିଥିବାବେଳେ ଏଥିରେ କେତେକ ନୂଆ ଦେଶଙ୍କୁ ସାମିଲ କରାଯାଇଥିବା ସୂଚନା ରହିଛି । ଏହା ସ୍ବାଧୀନତା ପରେ ବିଦେଶରୁ ଭାରତୀୟଙ୍କ ସବୁଠୁ ବଡ ପ୍ରତ୍ୟାବର୍ତ୍ତନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.