ETV Bharat / bharat

ଘରୋଇ ହଷ୍ଟେଲର ବିଷାକ୍ତ ଖାଦ୍ୟ ଖାଇ 40 ଛାତ୍ରଛାତ୍ରୀ ଅସୁସ୍ଥ

ତେଲେଙ୍ଗାନର ଏକ ଘରୋଇ ସ୍କୁଲ ହଷ୍ଟେଲର ଖାଦ୍ୟ ଖାଇ 40 ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡିଛନ୍ତି। ତତକ୍ଷଣାତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଏପରି ଅବସ୍ଥା ହୋଇଥିବା କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର ।

author img

By

Published : Jul 8, 2019, 12:20 PM IST

Updated : Jul 8, 2019, 12:35 PM IST

ପ୍ରତିକାତ୍ମକ ଫଟୋ

ହାଇଦ୍ରାବାଦ: ତେଲେଙ୍ଗାନାର ଏକ ଘରୋଇ ବିଦ୍ୟାଳୟର ହଷ୍ଟେଲର ବିଷାକ୍ତ ଖାଦ୍ୟ ଖାଇ 40ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି। ଗୁରୁତର ଅବସ୍ଥାରେ ସେମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସ୍କୁଲର ହଷ୍ଟେଲରେ ରହୁଥିବା ପିଲା କ୍ୟାଣ୍ଟିନରେ ଖାଦ୍ୟ ଖାଇବା ପରେ ଜଣଙ୍କ ପରେ ଜଣେ ଅସୁସ୍ଥତା ଅନୁଭବ କରିଥିଲେ। ଫଳରେ ସମସ୍ତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହଷ୍ଟେଲ କର୍ତ୍ତୃପକ୍ଷ। ଖାଦ୍ୟରେ ବିଷକ୍ରିୟା ଯୋଗୁଁ ସ୍କୁଲ ପିଲା ଅସୁସ୍ଥ ହୋଇ ପଡିଛନ୍ତି ବୋଲି କହିଛନ୍ତି ଡାକ୍ତର । ଚିକିତ୍ସା ପରେ ଜଣଙ୍କୁ ଘରକୁ ପଠାଯାଇଥିବା ବେଳେ ଅନ୍ୟ ଛାତ୍ରଛାତ୍ରୀଙ୍କ ଏବେ ବି ଚିକିତ୍ସା ଚାଲିଛି ।

ତେବେ କେଉଁ କାରଣରୁ ସ୍କୁଲ ପିଲାମାନେ ଅସୁସ୍ଥ ହେଲେ, ଖାଦ୍ୟରେ ଏପରି କଣ ମିଶିଲା ଯେ ସେମାନେ ଅସୁସ୍ଥ ହେଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଖାଦ୍ୟ ତିଆରି ବେଳେ ଏପରି ଅସାବଧାନତାକୁ ନେଇ ଅବିଭାବକ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି ।

Intro:Body:

BLANK  FOR LINK 

Conclusion:
Last Updated : Jul 8, 2019, 12:35 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.