ETV Bharat / bharat

ପ୍ରଧାନମନ୍ତ୍ରୀଙ୍କ ଶପଥ ପାଠ ଉତ୍ସବ, ବିମଷ୍ଟେକ ରାଷ୍ଟ୍ରର ନେତୃବୃନ୍ଦଙ୍କୁ ନିମନ୍ତ୍ରଣ - presindent

ଆସନ୍ତା 30 ତାରିଖ ସନ୍ଧ୍ୟା 7ଟାରେ ପ୍ରଧାନମନ୍ତ୍ରୀ ମୋଦି ଦ୍ବିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବେ । ଆଉ ଏଥିପାଇଁ ଅତିଥିଙ୍କ ତାଲିକା ମଧ୍ୟ ପ୍ରସ୍ତୁତ ହୋଇ ସାରିଲାଣି । ଭାରତ ସରକାର ‘ବିମଷ୍ଟେକ’ (BIMSTEC) ରାଷ୍ଟ୍ରର ମୁଖ୍ୟମାନଙ୍କୁ ମୋଦିଙ୍କ ଶପଥ ପାଠ ଉତ୍ସବ ପାଇଁ ନିମନ୍ତ୍ରଣ କରିଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଫାଇଲ ଫଟୋ
author img

By

Published : May 27, 2019, 11:02 PM IST

ନୂଆଦିଲ୍ଲୀ: ପ୍ରଚଣ୍ଡ ବିଜୟ ଲାଭ କରିବା ପରେ ଆସନ୍ତା 30ରେ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଏଥିସହ ମନ୍ତ୍ରୀପରିଷଦର କେତେକ ସଦସ୍ୟ ମଧ୍ଯ ପ୍ରଧାନମନ୍ତ୍ରୀଙ୍କ ସହ ଶପଥ ପାଠ କରିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ।

2014ରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ନେବା ବେଳେ ସାର୍କ ଦେଶର ପ୍ରତିନିଧି ମାନଙ୍କୁ ଭାରତ ସରକାରଙ୍କ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା । ମାତ୍ର ଏଥିରେ ପରିବର୍ତ୍ତନ କରାଯାଇ ପ୍ରଧାନମନ୍ତ୍ରୀଙ୍କ ଶପଥ ପାଠ ଉତ୍ସବରେ ଯୋଗ ଦେବା ନେଇ ବିମଷ୍ଟେକ(BIMSTEC)ର ବହୁ ବ୍ୟକ୍ତିବିଶେଷ ତଥା ନେତାମାନଙ୍କୁ ନିମନ୍ତ୍ରଣ ଦିଆଯାଇଛି । ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ପଡ଼ୋଶୀ ଦେଶ ସହିତ ଉତ୍ତମ ସମ୍ପର୍କ ରକ୍ଷା କରିବା ପାଇଁ ଭାରତ ସରକାରଙ୍କ ଉଦ୍ଦେଶ୍ୟ । ଏଥିପାଇଁ ବିମଷ୍ଟେକ ରାଷ୍ଟ୍ରର ମୁଖ୍ୟଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ନିମନ୍ତ୍ରଣ ପତ୍ର ପଠାଯାଇଛି । ବିମଷ୍ଟେକରେ ଭାରତ ସହିତ ବାଂଲାଦେଶ, ମିଆଁମାର, ଶ୍ରୀଲଙ୍କା, ଥାଇଲାଣ୍ଡ, ଭୁଟାନ, ଓ ନେପାଳ ରହିଛନ୍ତି । ଏହି ରାଷ୍ଟ୍ରଗୁଡ଼ିକ ବ୍ୟତୀତ ଭାରତ ସରକାର ଆଜି କିର୍ଗିଜିସ୍ତାନର ରାଷ୍ଟ୍ରପତି ଓ ମରିସସର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଶପଥ ପାଠ ଉତ୍ସବକୁ ନିମନ୍ତ୍ରଣ କରିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.