ହାଇଦ୍ରାବାଦ: ଭାରତରେ ପ୍ରତ୍ୟେକ ଦିନ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି କୋରୋନା ସଂକ୍ରମଣ ସଂଖ୍ୟା । ଏହାକୁ ରୋକିବା ପାଇଁ ଲକଡାଉନ ଓ ସରକାରଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଥିବାବେଳେ, ଲାଗୁଛି ଯେପରି ଏହା ଏବେ ବିଫଳ ହେବାରେ ଲାଗିଛି । କାରଣ ପ୍ରତ୍ୟେକ ଦିନ ଏବେ 10 ହଜାରରୁ ଉର୍ଦ୍ଧ୍ବ ରହୁଛି ସଂକ୍ରମଣ ସଂଖ୍ୟା । ଯାହାକୁ ନେଇ ଦେଶରେ ସମୁଦାୟ 4 ଲକ୍ଷରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା ।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସଦ୍ୟତମ ରୂପୋର୍ଟ ମୁତାବିକ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ କୋରୋନାରେ 306 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, 15 ହଜାର 413ଟି ନୂଆ ପଜିଟିଭ ମାମଲା ରିପୋର୍ଟ ହୋଇଛି । ଅନ୍ୟଦିନ ଅପେକ୍ଷା ଶନିବାର କୋରୋନା ପଜିଟିଭ ସଂଖ୍ୟା ସର୍ବାଧିକ ରହିଛି ।
ବର୍ତ୍ତମାନ ଦେଶରେ ମୋଟ 4 ଲକ୍ଷ 10 ହଜାର 461ଟି ପଜିଟିଭ ମାମଲା ରହିଛି । ସେଥିମଧ୍ୟରୁ 13 ହଜାର 254କୁ ଛୁଇଁଛି ମୃତ୍ୟୁ ସଂଖ୍ୟା । 2 ଲକ୍ଷ 27 ହଜାର 756 ଜଣ ସୁସ୍ଥ ହୋଇଥିବାବେଳେ, 1 ଲକ୍ଷ 69 ହଜାର 451ଟି ମାମଲା ସକ୍ରିୟ ରହିଛି ।