ବେଙ୍ଗାଲୁରୁ: ଦିଲ୍ଲୀ ନିଜାମୁଦ୍ଦିନର ମରକାଜରେ ଧାର୍ମିକ ସମାବେଶ ସମସ୍ତ ରାଜ୍ୟର ଚିନ୍ତା ବଢାଇଛି । ଏହି ସମାବେଶକୁ ଏବେ କୋଭିଡ 19 ଭୂତାଣୁ କେନ୍ଦ୍ରସ୍ଥଳୀ ବୋଲି କୁହାଯାଉଛି । ଏଠାରେ ଯୋଗ ଦେଇଥିବା 24 ଜଣଙ୍କୁ କୋରୋନା ସଂକ୍ରମଣ ହୋଇଥିବା ଜଣାପଡିବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି ।
ସୂଚନା ଅନୁସାରେ କର୍ଣ୍ଣାଟକକୁ ଏଠାରୁ 300 ଲୋକ ଫେରିଛନ୍ତି । ଏମାନଙ୍କ ମଧ୍ୟରୁ 40 ଲୋକଙ୍କୁ ସରକାର ଚିହ୍ନଟ କରିଛନ୍ତି । ସେଥିରୁ 12 ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି । ବାକି ସମସ୍ତ ଲୋକଙ୍କୁ ନିଜ ପକ୍ଷରୁ ସରକାରଙ୍କ ସହ ଯୋଗାଯୋଗ କରିବାକୁ କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ ବି ଶ୍ରୀରାମୁଲୁ ଅନୁରୋଧ କରିଛନ୍ତି ।
ଏହାସହ ସେ କହିଛନ୍ତି ଯେ ମରକାଜ ସମାବେଶରେ 62 ଇଣ୍ଡୋନେସିଆର ଲୋକ ଭାଗ ନେଇଥିଲେ । ସେମାନେ ପରବର୍ତ୍ତୀ ସମୟରେ କର୍ଣ୍ଣାଟକ ଭ୍ରମଣରେ ଆସିଥିଲେ । ଫଳରେ ସେମାନଙ୍କ ସଂସ୍ପର୍ଶରେ ଅନେକ ଲୋକ ଆସିଥିବାର ସନ୍ଦେହ କରାଯାଉଛି । ଯେଉଁମାନଙ୍କୁ ଏବେ ସରକାର ଓ ପୋଲିସ ଖୋଜିବାରେ ଲାଗିଛନ୍ତି । ଏହି ଲୋକମାନେ ଧରାପଡିଲେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି ।