ETV Bharat / bharat

ଲୁ ପ୍ରବାହ ଯୋଗୁଁ ଔରଙ୍ଗାବାଦରେ 30 ମୃତ

ବିହାରର ଔରଙ୍ଗାବାଦ ଜିଲ୍ଲାରେ ପ୍ରବଳ ଝାଞ୍ଜି ବା ଲୁ ପ୍ରବାହ ଯୋଗୁଁ 30 ଜଣଙ୍କର ମୃତ୍ୟୁ ହୋଇଛି ।

author img

By

Published : Jun 16, 2019, 2:19 AM IST

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଔରଙ୍ଗାବାଦ: ବିହାରର ଔରଙ୍ଗାବାଦ ଜିଲ୍ଲାରେ ଶନିବାର ପ୍ରବଳ ଝାଞ୍ଜି ବା ଲୁ ପ୍ରବାହ ଯୋଗୁଁ 30 ଜଣଙ୍କର ମୃତ୍ୟୁ ହୋଇଛି । ସଦର ହସପିଟାଲର ଜଣେ ସର୍ଜନଙ୍କ ଅନୁସାରେ ଲୁରେ 30 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ନାୱାଦା ଅଞ୍ଚଳରେ 12 ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି । ଲୁ ପ୍ରବାହ ଯୋଗୁ ଅସୁସ୍ଥ ଲୋକମାନେ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । 35ରୁ ଉର୍ଦ୍ଧ୍ବ ଲୋକମାନେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଆଜି ଔରଙ୍ଗାବାଦର ତାପମାତ୍ରା 44 ଡିଗ୍ରୀ ରହିଥିଲା । ଦିନ 1ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଲୁ ପୀଡିତ ଲୋକମାନେ ଡାକ୍ତରଖାନାକୁ ଆସୁଥିଲେ ବୋଲି ସର୍ଜନ ଡ. ସୁରେନ୍ଦ୍ର ପ୍ରସାଦ କହିଛନ୍ତି । ଏକାଥରେ ଏତେ ଲୋକଙ୍କର ମୃତ୍ୟୁ ହେବା ପରେ ଲୋକଙ୍କ ମଧ୍ୟରେ ହାହାକାର ପଡିଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଡାକ୍ତରଖାନାରେ ଏକ ସ୍ବତନ୍ତ୍ର ଚିକିତ୍ସା ଶିବିର ଖୋଲା ଯାଇଥିଲା ।

ଗତ ଦୁଇଦିନ ଧରି ପ୍ରବଳ ଖରା ଜାରି ରହିବା ସହିତ ଉଭୟ ରାତି ଓ ଦିନରେ ଗୁଳୁଗୁଳି ଲାଗିରହିଥିଲା । ଫଳରେ ମୃତ୍ୟୁ ସଂଖ୍ୟା 30ଟପିଯାଇଥିଲା । ଲୁ ପ୍ରଭାବରୁ ଲୋକମାନଙ୍କର ଶରୀରର ତାପମାତ୍ରା ହଠାତ୍‌ ବୃଦ୍ଧି ପାଇଥିଲା । ଏହା ସହ ଜ୍ବର ମଧ୍ୟ ଲାଗି ରହିଥିଲା । ଏଥିପାଇଁ ସେମାନଙ୍କର ମୃତ୍ୟୁ ହୋଇଥିବା ସର୍ଜନ ଡ. ସୁରେନ୍ଦ୍ର ପ୍ରସାଦ କହିଛନ୍ତି ।

ଇଟିଭି ଭାରତ, ବ୍ୟୁରୋ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.