ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ପୁଣି ଦେଖାଦେଇଛି ଆତଙ୍କବାଦୀଙ୍କ ଆତଙ୍କ । ଶନିବାର 3 ଜଣ ଲସ୍କର ଇ ତୋଏବା ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି ସୁରକ୍ଷାକର୍ମୀ । ସୋପୋରେର ଏହି ଘଟଣା ଘଟିଛି ।
ଖବର ଅନୁସାରେ ସୋପୋରେ କୁପୱାରା ରୋଡର ଶାନଗେରଗୁଣ୍ଡଠାରେ ଆତଙ୍କୀ ଲୁଚିଥିବାର ଖବର ମିଳିଥିଲା । ଏନେଇ ସୋପୋରେ ପୋଲିସ ପକ୍ଷରୁ ଏକ ମିଳିତ ଅପରେସନ ହୋଇଥିଲା । ଉକ୍ତ ଅଞ୍ଚଳକୁ ଘେରାଓ କରାଯାଇ ପୋଲିସ ଆତଙ୍କୀଙ୍କୁ ସର୍ଚ୍ଚ ଅପରେସନ କରି ଧରିଥିଲା ।
ଗିରଫ ପରେ ସେମାନଙ୍କ ପାଖରୁ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଥିଲା । ଏହାସହ ଗୁଳିଗୋଳା ଓ ବାରୁଦ ମଧ୍ୟ ଜବତ କରିଥିଲା ପୋଲିସ । ଏମାନେ ଲସ୍କର ଇ ତୋଏବା ସହ ସମ୍ପୃକ୍ତ ଥିବାର ସୂଚନା ମିଳିଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଛି । ଗିରଫ ଆତଙ୍କବାଦୀ ହେଲେ ମୁସ୍ତାକ ଅହମ୍ମଦ ମୀର, ମୁଦାସିର ଅହମ୍ମଦ ମୀର ଏବଂ ଅଥର ଶାମସ ମୀର ।
ସୌଜନ୍ୟ@ANI