ETV Bharat / bharat

କେରଳ ଗର୍ଭବତୀ ହାତୀ ଘଟଣାରେ 3 ସନ୍ଦିଗ୍ଧ ଚିହ୍ନଟ: ମୁଖ୍ୟମନ୍ତ୍ରୀ

କେରଳ ଗର୍ଭବତୀ ହାତୀ ଘଟଣାରେ 3 ସନ୍ଦିଗ୍ଧ ଚିହ୍ନଟ । ଏନେଇ ସୂଚନା ଦେଲେ କେରଳ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

"3 Suspects," Says Kerala Chief Minister On Killing Of Pregnant Elephant
କେରଳ ଗର୍ଭବତୀ ହାତୀ ଘଟଣାରେ 3 ସନ୍ଦିଗ୍ଧ ଚିହ୍ନଟ
author img

By

Published : Jun 4, 2020, 8:13 PM IST

ଥିରୁଅନନ୍ତପୁରମ: ବାଣ ଭର୍ତ୍ତି ସପୁରୀ ଖାଇ ମୃତ୍ୟୁର ଶିକାର ହୋଇଥିବା ଗର୍ଭବରୀ ହାତୀ ମାମଲାରେ ମତ ଦେଲେ କେରଳ ମୁଖ୍ୟମନ୍ତ୍ରୀ । ଘଟଣାରେ 3 ସନ୍ଦିଗ୍ଧଙ୍କୁ ଚିହ୍ନଟ ହୋଇଥିବା କହିଲେ ମୁଖ୍ୟମନ୍ତ୍ରୀ ପିନରୟ ବିଜୟନ। ଗର୍ଭବତୀ ହାତୀକୁ ନ୍ୟାୟ ନିଶ୍ଚୟ ମିଳିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି । ଟ୍ବିଟ କରି ସେ ଏହି ସୂଚନା ଦେଇଛନ୍ତି ।

ଦୋଷୀଙ୍କୁ ଦଣ୍ଡ ଦେବାକୁ ଯେଉଁ ପର୍ଯ୍ୟନ୍ତ ସମ୍ଭବ ତାହା ନିଶ୍ଚୟ କରାଯିବ । ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି । ଦୋଷୀ ଖୁବ ଶୀଘ୍ର ଦଣ୍ଡ ପାଇବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କେରଳର ପାଲକ୍କଡ ଅଞ୍ଚଳରେ ରହୁଥିଲା ଏହି ଗର୍ଭବତୀ ହାତୀଟି । କିଛି ଲୋକ ସପୁରୀରେ ବାଣ ଭର୍ତ୍ତି କରି ଖାଇବାକୁ ଦେବା ପରେ ସେ ତିନି ଦିନ ପର୍ଯ୍ୟନ୍ତ ଏକ ନଦୀରେ ରହିଥିଲା । ଏହାପରେ ବାଣଟି ତା ପାଟିରେ ଫାଟିଯିବାରୁ ହାତୀର ମୃତ୍ୟୁ ଘଟିଥିଲା ।

ପାଣିରେ ଥିବା ବେଳେ ବନ କର୍ମଚାରୀ ସ୍ଥାନୀୟ ବାସିନ୍ଦା ମିଶି ତାକୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ । କିନ୍ତୁ କିଛି ଲାଭ ମିଳିନଥିଲା । ଶେଷରେ କଷ୍ଟ ସହିନପାରି ପ୍ରାଣ ହରାଇଥିଲା ନିରିହ ହାତୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.