ETV Bharat / bharat

ଦିଲ୍ଲୀ ବିମାନବନ୍ଦରରୁ 1 କେଜି ସୁନା ଜବତ, 3 ଗିରଫ

author img

By

Published : Jan 14, 2020, 7:16 AM IST

ନୂଆଦିଲ୍ଲୀ ଆସୁଥିବା 3 ଜଣ ଶ୍ରୀଲଙ୍କା ଯାତ୍ରୀଙ୍କ ନିକଟରୁ 9ଟି ସୁନା ବିସ୍କୁଟ ଓ 3ଟି କଟା ହୋଇଥିବା ସୁନା ଖଣ୍ଡ ଜବତ । ଯାହାର ମୂଲ୍ୟ ପ୍ରାୟ 35 ଲକ୍ଷ 26 ହଜାର ହେବା ନେଇ ଆଶଙ୍କା । ଅଧିକ ପଢନ୍ତୁ...

IGI Airport
ଆଇଜିଆଇ ବିମାନ ବନ୍ଦରରୁ 1 କେଜି ସୁନା ଜବତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ 1 କେଜି ସୁନା ଜବତ । ବିମାନ ବନ୍ଦରର ଟର୍ମିନାଲ-3ରେ କଷ୍ଟମ ବିଭାଗ ଟିମ ଏହି ସୁନା ଜବତ କରିବା ସହ ଦିଲ୍ଲୀ ଆସୁଥିବା 3 ଜଣ ଶ୍ରୀଲଙ୍କା ଯାତ୍ରୀଙ୍କୁ ଗିରଫ କରିଛି । ସେଥିମଧ୍ୟରେ ଜଣେ ମହିଳା ଯାତ୍ରୀ ରହିଛନ୍ତି ।

କଷ୍ଟମ ବିଭାଗର ଆଡିଶନାଲ କମିଶନର ଜୟନ୍ତ ସହାୟଙ୍କ ମୁତାବିକ, ମହିଳା ଯାତ୍ରୀଙ୍କ ଗ୍ରୀନ ସିଗନାଲ ପାର କରିବା ସମୟରେ ଅଧିକାରୀଙ୍କୁ ସନ୍ଦେହ ହୋଇଥିଲା । ଏହାପରେ ବିଭାଗ ପକ୍ଷରୁ ଉକ୍ତ ଯାତ୍ରୀଙ୍କୁ ଅଟକ ରଖାଯାଇ ଯାଞ୍ଚ କରାଯାଇଥିଲା । ସେମାନଙ୍କ ନିକଟରୁ 9ଟି ସୁନା ବିସ୍କୁଟ ଓ 3ଟି କଟା ହୋଇଥିବା ସୁନା ଖଣ୍ଡ ମିଳିଥିଲା ।

ଜବତ ସୁନାର ଓଜନ ରହିଛି 1 ହଜାର ଗ୍ରାମ । କଷ୍ଟମ ବିଭାଗ ମୁତାବକ ଜବତ ସୁନାର ମୂଲ୍ୟ ପ୍ରାୟ 35 ଲକ୍ଷ 26 ହଜାର ହେବ । ଘଟଣାକୁ ନେଇ ଉକ୍ତ ଯାତ୍ରୀଙ୍କୁ ପଚାରିବାରୁ ସେମାନେ ଏହା ପୂର୍ବରୁ ମଧ୍ୟ 4 ହଜାର ଗ୍ରାମର ସୁନା ତସ୍କରୀ କରିଥିବା କହିଛନ୍ତି । ତେବେ କଷ୍ଟମ ଆକ୍ଟର ସେକ୍ସନ 110 ଅନୁଯାୟୀ ସୁନାକୁ ଜବତ କରାଯାଇଛି । ସେହିପରି ସେକ୍ସନ 104 ଅନୁସାରେ 3 ଜଣ ସୁନା ତସ୍କରଙ୍କୁ ଗିରଫ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.