ପାଟନା: ବିହାରରେ ପୁଣିଥରେ ସାମ୍ନାକୁ ଆସିଛି ଭିଡ ଜନିତ ହତ୍ୟା ଘଟଣା। ପଶୁ ଚୋରି ସନ୍ଦେହରେ ୩ ଜଣଙ୍କୁ ପିଟିପିଟି ହତ୍ୟା କରିଛନ୍ତି ଗାଁ ଲୋକେ । ରାଜ୍ୟର ସାରଣ ଜିଲ୍ଲାର ବନିଆପୁର ଥାନା ଅନ୍ତର୍ଗତ ପିଠୌରୀ ନନ୍ଦଲାଲା ଟୋଲା ଗ୍ରାମରେ ଦେଖିବାକୁ ମିଳିଛି ଏପରି ଘଟଣା । ଖବର ପାଇବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ବର୍ତ୍ତମାନ ପର୍ଯ୍ୟନ୍ତ ଏ ଘଟଣାରେ ଜଡିତ ଥିବା କାହାରିକୁ ଗିରଫ କରାଯାଇନଥିବା ଜଣାପଡିଛି।
ସୂଚନା ମୁତାବକ, ଗୁରୁବାର ମଧ୍ୟରାତ୍ରିରେ ଗ୍ରାମବାସୀ ୪ ଜଣଙ୍କୁ ପଶୁ ଚୋରି ସନ୍ଦେହରେ ଧରି ନିସ୍ତୁକ ପିଟିଥିଲେ । ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ଆଉ ଜଣେ ଡାକ୍ତରଖାନାରେ ଆଉ ଆଝି ବୁଜିଥିଲା । ମୃତକଙ୍କ ନାମ ରାଦୁ କୁମାର, ଦିନେଶ କୁମାର ଏବଂ ନୌଶାଦ ବୋଲି ଜଣା ପଡିଛି । ସେମାନେ ନିକଟସ୍ଥ ଗ୍ରାମ ପୈଙ୍ଗବରପୁର ଏବଂ କହ୍ନୌଲିର। ଘଟଣାସ୍ଥଳରୁ ଏକ ପିକ୍ ଅପ ଭ୍ୟାନ ଜବତ କରାଯାଇଛି।