ETV Bharat / bharat

ପୁଣି ପାକିସ୍ତାନର ବଦମାସୀ, ଅସ୍ତ୍ରବିରତି ଉଲଙ୍ଘନର ଜବାବ ଦେବାବେଳେ 3 ସୁରକ୍ଷାକର୍ମୀ ଆହତ

author img

By

Published : May 1, 2020, 11:17 PM IST

ଜମ୍ମୁ ଓ କାଶ୍ମୀରର ରାମପୁର ସେକ୍ଟର ସୀମାରେ ପାକିସ୍ତାନ ସେନା ପକ୍ଷରୁ ଗୁଳିମାଡ ହୋଇଥିଲା । ଶୁକ୍ରବାର ଅପରାହ୍ନ ପ୍ରାୟ ସାଢେ 3ଟାରେ ଏହି ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଥିଲା । ଅଧିକ ପଢନ୍ତୁ...

ପୁଣି ପାକିସ୍ତାନର ବଦମାସୀ, ଅସ୍ତ୍ରବିରତିରେ 3 ସୁରକ୍ଷାକର୍ମୀ ଆହତ

ଶ୍ରୀନଗର: ଦେଶରେ କୋରୋନା ସ୍ଥିତି ଭୟଙ୍କର ପାଲଟିଥିବାବେଳେ ସୀମାରେ ପାକିସ୍ତାନ ସେନାର ଉପଦ୍ରବ ଥମିବାର ନାମ ନେଉନି । କିଛିଦିନ ବ୍ୟବଧାନରେ ପୁଣି ଥରେ ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକ୍ ସେନା । ଏଥିରେ 3 ସୁରକ୍ଷାକର୍ମୀ ଆହତ ହୋଇଥିବାର ଜଣାପଡିଛି ।

ସୂଚନାନୁସାରେ ଜମ୍ମୁ ଓ କାଶ୍ମୀରର ରାମପୁର ସେକ୍ଟର ସୀମାରେ ପାକିସ୍ତାନ ସେନା ପକ୍ଷରୁ ଗୁଳିମାଡ ହୋଇଥିଲା । ଅପରାହ୍ନ ପ୍ରାୟ ସାଢେ 3ଟାରେ ଏହି ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଥିଲା । ଭାରତୀୟ ସେନା ପକ୍ଷରୁ ଏହାର କଡା ଜବାବ ଦିଆଯାଇଥିଲା । ତେବେ ଏହି ଗୁଳିମାଡରେ 3 ସୁରକ୍ଷାକର୍ମୀ ଆହତ ହୋଇଥିବା ଭାରତୀୟ ସେନା ସୂଚନା ଦେଇଛି । ଚିକିତ୍ସା ପରେ ଏମାନେ ସୁସ୍ଥ ଥିବା ସୂଚନା ରହିଛି ।

ତେବେ ମେ ମାସ ପ୍ରାରମ୍ଭରୁ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ ଆରମ୍ଭ କରିଛି । ଏପ୍ରିଲ ମାସରେ ସୀମାରେ ଅନେକ ଥର ପାକ୍ ଗୁଳି ଓ ମୋର୍ଟାର ମାଡ କରିଛି । ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କୁ ଅନୁପ୍ରବେଶର ସୁଯୋଗ ଦେବା ପାଇଁ ଏହି ଗୁଳିମାଡ କରାଯାଉଥିବା ଭାରତୀୟ ସେନା ଅଭିଯୋଗ କରିଛି । ସେହିପରି ଏପ୍ରିଲରେ 2 ଥର ଆତଙ୍କବାଦୀଙ୍କ ପକ୍ଷରୁ ସିଆରପିଏଫ କ୍ୟାମ୍ପ ଉପରେ ଆକ୍ରମଣ ହୋଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.