ହାଇଦ୍ରାବାଦ: ମହାମାରୀ କୋରୋନାର ମୁକାବିଲା କରୁଛି ବିଶ୍ବ । ଲକ୍ଡାଉନ୍ ଘୋଷଣା ପରେ ଯେମିତି ସମସ୍ତଙ୍କ ପାଦ ଅଟକିଯାଇଛି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ଚିତ୍ର ଦେଖିବାକୁ ମିଳୁଛି । କେଉଁଠି ନିଜ ଘରକୁ ଫେରିବାକୁ ଲୋକେ ଚାଲି ଚାଲି ଯାଉଛନ୍ତି ତ ଆଉ କେଉଁଠି ଲୋକେ ସାଇକେଲରେ ଶହ ଶହ କିଲୋମିଟର ଅତିକ୍ରମ କରିବାକୁ ପଛାଉନାହାନ୍ତି ।
ତେବେ ଗାଡି ମଟର ବନ୍ଧ ଥିବା ହେତୁ ତେଲେଙ୍ଗାନାରେ ଜଣେ ଆଦିବାସୀ ଗର୍ଭବତୀ ମହିଳାଙ୍କୁ 3 ଜଣ ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନବାଡି କର୍ମଚାରୀ ଷ୍ଟ୍ରେଚରରେ 7 କିଲୋମିଟର କାନ୍ଧରେ ବୋହି ନେଉଥିବା ଦେଖିବାକୁ ମିଳିଛି ।
ସୂଚନାନୁଯାୟୀ, ମହିଳା ଜଣଙ୍କ ଜଙ୍ଗଲ ମଧ୍ୟରେ ହିଁ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା । ସେହି ସମୟରେ ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନବାଡିକର୍ମୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ପୁସୁଗୁଡେମ ଗ୍ରାମରୁ 7 କିମି ଦୂର ଏକ ପ୍ରାଥମିକ ଚିକିତ୍ସାଳୟକୁ କାନ୍ଧରେ ବୋହି ନେଇଯାଇଥିଲେ । ସେଠାରେ ମହିଳା ଜଣଙ୍କ ଏକ ସନ୍ତାନ ଜନ୍ମ ଦେଇଥିବା ଜଣାପଡିଛି ।
@ANI