ETV Bharat / bharat

ତେଲେଙ୍ଗାନାରେ ପୁଣି 3 ମୃତ, ଯୋଗ ଦେଇଥିଲେ ନିଜାମୁଦ୍ଦିନ ସମାବେଶରେ - CORONA VIRUS

ଦିଲ୍ଲୀର ନିଜାମୁଦ୍ଦିନ ସମାବେଶରେ ଯୋଗଦେଇଥିବା ଆଉ 3ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 9 ରେ ପହଞ୍ଚିଛି । ଅନ୍ୟପକ୍ଷେ 30ଟି ନୂଆ କୋଭିଡ-19 ସଂକ୍ରମଣ ସାମ୍ନାକୁ ଆସିଛି ।

Nizamuddin meet
ତେଲେଙ୍ଗାନାରେ ପୁଣି 3 ମୃତ
author img

By

Published : Apr 2, 2020, 10:56 AM IST

ହାଇଦ୍ରାବାଦ: ଦିଲ୍ଲୀର ନିଜାମୁଦ୍ଦିନ ସମାବେଶରେ ଯୋଗଦେଇଥିବା ଆଉ 3ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 9 ରେ ପହଞ୍ଚିଛି । ଅନ୍ୟପକ୍ଷେ 30ଟି ନୂଆ କୋଭିଡ-19 ସଂକ୍ରମଣ ସାମ୍ନାକୁ ଆସିଛି । ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଏହି ସୂଚନା ମିଳିଛି ।

ସମସ୍ତ ମୃତ ବ୍ୟକ୍ତି ନିଜାମୁଦ୍ଦିନ ସମାବେଶରେ ଯୋଗ ଦେଇଥିଲେ । ପୂର୍ବରୁ ମୃତ୍ୟୁ ହୋଇଥିବା 6 ଜଣ ମଧ୍ୟ ନିଜାମୁଦ୍ଦିନ ସମାବେଶରେ ଯୋଗ ଦେଇଥିଲେ । ତେବେ ତେଲେଙ୍ଗାନାରେ ଏହାର ମୁକାବିଲା ପାଇଁ ବୁଧବାର ମୁଖ୍ୟମନ୍ତ୍ରୀ ଏକ ସ୍ବତନ୍ତ୍ର ଦଳ ଗଠନ କରିଛନ୍ତି ।

ମ୍ୟୁନିସିପାଲିଟି ପ୍ରଶାସନ ଏବଂ ନଗର ଉନ୍ନୟନ ବିଭାଗ ଏକ ଆଦେଶ ଜାରି କରି 8 ଜଣିଆ କମିଟି ଗଠନ କରି ଭାରତ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (SOP) ଅନୁଯାୟୀ ମୃତଦେହକୁ ଥଇଥାନ କରିବାକୁ ନିଶ୍ଚିତ କରାଯାଇଛି ।

ମୁଖ୍ୟ ଶାସନ ସଚିବ ସୋମେଶ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହି ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ପୋଲିସର ମହାନିର୍ଦ୍ଦେଶକ, ସ୍ୱତନ୍ତ୍ର ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ଚିକିତ୍ସା ଏବଂ ପରିବାର କଲ୍ୟାଣ ବିଭାଗ ଏବଂ ଅନ୍ୟମାନେ ଯୋଗ ଦେଇଥିଲେ ।

@IANS @PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.