ଥିରୁଅନନ୍ତପୁରମ: ସାରା ବିଶ୍ବରେ ଜାରି ରହିଛି କୋରୋନା ପ୍ରକୋପ । ଏପରିସ୍ଥଳେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ଗୁରୁବାର କହିଛନ୍ତି ଯେ 201ଟି ଦେଶରେ ବସବାସ କରୁଥିବା 3,53,468 ନନ ରେସିଡେନ୍ସ ଅଫ କେରଳ ମାନେ ରାଜ୍ୟକୁ ଫେରିବେ । ଏଥିପାଇଁ ନୋରକା-ରୁଟ୍ ପୋର୍ଟାଲରେ ସେମାନେ ପଞ୍ଜୀକରଣ କରିଛନ୍ତି । ଲକଡାଉନ ଉଠିଲେ ଓ ବିମାନ ବନ୍ଦର ଖୋଲିବା ପରେ ସେମାନେ କେରଳ ଫେରିବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି ।
ଏହି ତାଲିକାରେ ଅଧିକାଂଶ ମଧ୍ୟପ୍ରାଚ୍ୟ ଦେଶରୁ ଆସିଛି । ଏଥିରେ ସଂଯୁକ୍ତ ଆରବ ଏମିରେଟ୍ସ(1,53,660), ସାଉଦି ଆରବ (47,268), ବ୍ରିଟେନ (2,112), ଆମେରିକା (1,895) ଏବଂ ୟୁକ୍ରେନ (1,864) ଅନ୍ତର୍ଭୁକ୍ତ ।
ସିଏମ କହିଛନ୍ତି ଯେ, ଆବଶ୍ୟକୀୟ ଯାତ୍ରା ବ୍ୟବସ୍ଥା କରିବାକୁ କେନ୍ଦ୍ର ତଥା ସମ୍ଭାବ୍ୟ ଭାରତୀୟ ଦୂତାବାସକୁ ରିଟର୍ଣ୍ଣର ଚୂଡ଼ାନ୍ତ ତାଲିକା ଉପସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଏହାସହ ଅନ୍ୟ ରାଜ୍ୟରେ ରହୁଥିବା 94,483 କେରାଲାଇଟ୍ ମଧ୍ୟ ଫେରିବା ପାଇଁ ପଞ୍ଜୀକୃତ ହୋଇଥିଲେ । ଏଥିରେ କର୍ଣ୍ଣାଟକର 30,570, ତାମିଲନାଡୁର 29,181 ଏବଂ ମହାରାଷ୍ଟ୍ରର 13,113 ଅନ୍ତର୍ଭୁକ୍ତ । ଛାତ୍ର, ଗର୍ଭବତୀ ମହିଳା ଏବଂ ବରିଷ୍ଠ ନାଗରିକମାନେ ପ୍ରାଥମିକତା ପାଇବେ । ସରକାରୀ ସଂସ୍ଥା ନୋରକା-ରୁଟ୍ସରେ www.norkaroots.org ପଞ୍ଜୀକରଣ କରାଯିବ।
@IANS