ପାଟନା: ବିହାରର ସାତୀମଢି ଜିଲ୍ଲା ସ୍ଥିତ ଦୌଢା ଗାଁରେ ଆତଙ୍କ । ଅଜଣା ପୋକ କାମୁଡିବା ଫଳରେ ବର୍ତ୍ତମାନ ସୁଦ୍ଧା 3 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 32 ଜଣ ଅସୁସ୍ଥ ହୋଇଛନ୍ତି । ଏହି ସୂଚନା ଫଳରେ ସୀତାମଢୀରୁ ଏକ ମେଡିକାଲ ଟିମ ଗାଁରେ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି ।
ତେବେ ଏହି ଘଟଣା ପରେ ଭୟଭୀତ ଅବସ୍ଥାରେ ରହିଛନ୍ତି ଲୋକେ । ପୀଡିତ ମହିଳା ଅନ୍ଧବିଶ୍ବାସର ଶିକାର ହୋଇ ତାନ୍ତ୍ରିକ ଦ୍ବାରା ଝଡାଫୁଙ୍କା କରାଉଥିଲେ । ଲୋକଙ୍କ କହିବାନୂଯାୟୀ, ଦେହରେ ଏକ ଅଜବ ପ୍ରକାରର ଚିହ୍ନ ଦେଖିବାକୁ ମିଳୁଛି । କିନ୍ତୁ କେତବେଳେ କିଏ କାମୁଡୁଛି ତାହା ଜଣାପଡୁନାହିଁ । ଏହାପରେ ହାତ ଗୋଡ ନିର୍ଜିବ ପରି ଲାଗୁଛି ।
ମେଡିକାଲ ଟିମ ଲୋକଙ୍କର କ୍ଷତ ଦେଖି ଏହା ପୋକ କାମୁଡିବା ଦ୍ବାରା ହୋଇଥିବା କହିଛି । ତେବେ ଲୋକଙ୍କର ମୃତ୍ୟୁ ପୋକ କାମୁଡିବା ଫଳରେ ହୋଇଛି ଏଯାଏଁ ସ୍ପଷ୍ଟ ହୋଇନାହିଁ । ତେବେ ଭିନ୍ନ ଭିନ୍ନ ଲୋକଙ୍କ ମଧ୍ୟରେ ଅଲଗା ଅଲଗା ଚିହ୍ନ ଦେଖାଯାଉଛି । ଚିକିତ୍ସକଙ୍କ କହିବାନୂଯାୟୀ, ଏବେ ସବୁଆଡେ ବନ୍ୟା ପରିସ୍ଥିତି ଥିବାବେଳେ ଏଭଳି ଘଟଣା ଦେଖାଯାଇଛି । ସେନେଇ ଲୋକଙ୍କୁ ସଚେତନ ରହିବାପାଇଁ କହିଛନ୍ତି ।