ETV Bharat / bharat

କୁପୱାଡାରେ ପାକ୍‌ ସେନା ଗୁଳିରେ 3 ସାଧାରଣ ନାଗରିକ ମୃତ - ଭାରତୀୟ ସେନା

ରବିବାର ଜମ୍ମୁ-କାଶ୍ମୀରର କୁପୱାଡା ଜିଲ୍ଲାର ରଙ୍ଗୱାର ଅଞ୍ଚଳରେ ପାକିସ୍ତାନର ଗୁଳିରେ ତିନି ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ଆହତଙ୍କ ପରିଚୟ ମିଳିପାରିନାହିଁ । ସେପଟେ ଭାରତୀୟ ସେନା କଡା ଜବାବ ଦେବା ଜାରି ରଖିଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Apr 12, 2020, 11:57 PM IST

ଶ୍ରୀନଗର: ଭାରତ, ପାକିସ୍ତାନ ସମତେ ବିଶ୍ବର 200ରୁ ଉର୍ଦ୍ଧ୍ବ ଦେଶ କୋରୋନା ବିରୋଧୀ ଲଢେଇ ଜାରି ରଖିଛନ୍ତି । ମାତ୍ର ପାକିସ୍ତାନ ସୁଧୁରିବାର ନାଁ ନେଉନାହିଁ । ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି | ରବିବାର ଜମ୍ମୁ-କାଶ୍ମୀରର କୁପୱାଡା ଜିଲ୍ଲାର ରଙ୍ଗୱାର ଅଞ୍ଚଳରେ ପାକିସ୍ତାନର ଗୁଳିରେ 3 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ଆହତଙ୍କ ପରିଚୟ ମିଳିପାରି ନାହିଁ। ସେପଟେ ଭାରତୀୟ ସେନା କଡା ଜବାବ ଦେବା ଜାରି ରଖିଛି ।

କୁପୱାଡାରେ ଦୁଇ ଜଣ ଏବଂ ରଙ୍ଗୱାରରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ବୋଲି ଏସଏସପି, କୁପୱାରା, ଶ୍ରୀରାମ ଅମ୍ବରକର କହିଛନ୍ତି ।

ସୂତ୍ରରୁ ପ୍ରକାଶ ଯେ ଏଲଏସି ନିକଟସ୍ଥ କୁପୱାଡାର ଗ୍ରାମ ଉପରକୁ ପାକିସ୍ତାନୀ ସେନା ଦ୍ବାରା ଗୁଳି ମୋର୍ଟାର ମାଡ କରାଯାଇଛି । ଏଥିରେ ଜଣେ ମହିଳା ଏବଂ ଶିଶୁଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି।

ରବିବାର ସକାଳେ କୁପୱାଡା ଜିଲ୍ଲାର LoC ନିକଟରେ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଛି ଯାହା ପରେ ଭାରତୀୟ ସେନା ପ୍ରଭାବଶାଳୀ ଭାବରେ ପ୍ରତିଶୋଧ ଜାରି ରଖିଛି ।

ରିପୋର୍ଟରେ କୁହାଯାଇଛି ଯେ ବର୍ତ୍ତମାନ ଏହି ଅଞ୍ଚଳରେ ଗୁଳି ବିନିମୟ ବନ୍ଦ ହୋଇଯାଇଛି ଏବଂ ପୋଲିସ ସମେତ ଜିଲ୍ଲା ଅଧିକାରୀମାନେ ଏହି ଅଞ୍ଚଳରେ LoC ନିକଟରେ ରହୁଥିବା ବାସିନ୍ଦାଙ୍କୁ ସ୍ଥାନାନ୍ତର କରୁଛନ୍ତି ।

ସୂଚନା ଯେ, ଗତ ରବିବାର ଦିନ ପାଞ୍ଚ ଜଣ ମାଓବାଦୀ ଉତ୍ତର କାଶ୍ମୀରର କିରନ ସେକ୍ଟରରେ ଅନୁପ୍ରବେଶ କରିଥିଲେ, ଯେଉଁଥିରେ ଭାରତୀୟ ସେନା ଆତଙ୍କୀଙ୍କୁ ହତ୍ୟା କରିଥିଲେ । ଏହି ସମୟ ମଧ୍ୟରେ ପାଞ୍ଚଜଣ ଭାରତୀୟ ଯବାନ ମଧ୍ୟ ସହିଦ ହୋଇଥିଲେ।

ସେହିପରି ଗତ ଶୁକ୍ରବାର ପାକିସ୍ତାନ ସେନାର ଆତଙ୍କୀ ଲଞ୍ଚ ପ୍ୟାଡକୁ ଭାରତୀୟ ସେନା ଗୁଳି ମାଡ କରି ଧ୍ବସ୍ତବିଧ୍ବସ୍ତ କରି ଦେଇଥିଲା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.