ଅମରାବତୀ: ଦୃଶ୍ୟ ଦେଖିଲେ ଆଖିରେ ଲୁହ ରହୁନାହିଁ । ଧାଡି ଧାଡି ହୋଇ ଗଡିପଡିଛନ୍ତି ପିଣ୍ଡରୁ ପ୍ରାଣ ବାହାରି ଯାଇଥିବା ତିନୋଟି କୋମଳମତି ଶିଶୁ । ଆନ୍ଧ୍ରପ୍ରଦେଶ ପ୍ରକାଶମ ଜିଲ୍ଲାର ସାନ୍ତାମଗଲୁର ମଣ୍ଡଲ କୋପ୍ପର ଠାରେ ଘଟିଛି ଏଭଳି ଦେହ ଥରାଇବା ଘଟଣା । ପତାକାର ବ୍ଲକ ସହ ଖେଳୁଥିବା ବେଳେ ବିଜୁଳି ତାର ସଂସ୍ପର୍ଶରେ ଆସି 11 ବର୍ଷୀୟ ତିନି ଶିଶୁଙ୍କ ମୃତ୍ୟୁ ହୋଇଛି । ଲୁହା ରଡ ସହ ବିଜୁଳି ତାର ଲାଗି ଏହି ଅଘଟଣ ଘଟିଛି ।
ସ୍ଥାନୀୟ କୁମାରସ୍ବାମୀ ମନ୍ଦିର ନିକଟ ମୁଖ୍ୟ ଛକ ଠାରେ ଏହି ଘଟଣାଟି ଘଟିଥିଲା । ତିନିଜଣ ଶିଶୁ ଶେଖ ପଠାନ ଗୌସ, ଶେଖ ହସନ ବୁଡେ ଓ ପଠାନ ଅମରେ ପତାକାର ବ୍ଲକ ଧରି ଖେଳୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତିନିଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ।