ETV Bharat / bharat

ବିପୁଳ ପରିମାଣର ବେଆଇନ ମଦ ଜବତ, 3 ଗିରଫ

author img

By

Published : Dec 11, 2019, 4:48 PM IST

ଚୋରା ମଦ କାରବାର ଏବେ ଏକ ବଡ ସମସ୍ୟା ଭାବେ ଉଭା ହୋଇଛି । ଏପରିକି ଏହାର ବ୍ୟବସାୟ ବନ୍ଦ ହେବା ପରିବର୍ତ୍ତେ ଜାରି ରହିଛି । ଅନେକ ସମୟରେ ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣରେ ବେଆଇନ ମଦ ଚଢାଉ ବେଳେ ଜବତ କରାଯାଉଛି । ସଦ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି ପଡୋଶୀ ଛତିଶଗଡରେ । ଅଧିକ ପଢନ୍ତୁ...

illegal liquor
ପ୍ରତିକାତ୍ମକ ଫଟୋ

ରାୟପୁର: ପଡୋଶୀ ଛତିଶଗଡର ପଦ୍ମନାଭପୁର ଚୌକିର ବୋରସା ଅଞ୍ଚଳରେ ଥିବା ଏକ ଖାଲି କୋଠାରୁ ବିପୁଳ ପରିମାଣର ବେଆଇନ ଦେଶୀ ମଦ ଜବତ ହୋଇଛି । ଏହାକୁ ପ୍ରସ୍ତୁତ କରିବା ଅଭିଯୋଗରେ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ପାଖରୁ 70 ଲିଟର ଦେଶୀ ମଦ ସହ, 40 ଲିଟର ସ୍ପିରିଟ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ 50 ଲକ୍ଷ ଟଙ୍କା ହେବ ।

ଏଠାକାର ବିଆଇଟି କଲେଜ ନିକଟରେ ଅଭିଯୁକ୍ତଙ୍କ ଦ୍ବାରା ବେଆଇନ ଦେଶୀ ମଦ ପ୍ରସ୍ତୁତ ହେଉଥିଲା । ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘେରାବନ୍ଦୀ କରି 3 ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ଏହାପରେ ଏ ଘଟଣାର ପର୍ଦ୍ଦାଫାଶ ହୋଇଥିଲା । ଏହି ବେଆଇନ ଦେଶୀ ମଦ କାରବାର ଅନେକ ଦିନ ଧରି ଚାଲୁଥିବା ଜଣାପଡିଛି । ଆଉ ଏହି ବ୍ୟବସାୟ କରୁଥିବା ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର।

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.