ETV Bharat / bharat

ମଣିପୁରରୁ 287 କୋଟି ମୂଲ୍ୟର ବ୍ରାଉନ ସୁଗାର ଜବତ

ଗତ ବୁଧବାର ଆସାମ ରାଇଫଲ୍ସ ଓ ମଣିପୁର ପୋଲିସର ମିଳିତ ଉଦ୍ୟମରେ ମଣିପୁରରୁ 287 କୋଟି ମୂଲ୍ୟର ବ୍ରାଉନ ସୁଗାରକୁ ଜବତ କରାଯାଇଛି । ଅଧିକ ପଢନ୍ତୁ...

287 crore worth of brown sugar seized in Manipur
ମଣିପୁରରୁ 287 କୋଟି ମୂଲ୍ୟର ବ୍ରାଉନ ସୁଗାର ଜବତ
author img

By

Published : Nov 12, 2020, 12:51 PM IST

ଇମ୍ଫାଲ: ମଣିପୁର ଥୌବଲ ଜିଲ୍ଲାରୁ ଗତ ବୁଧବାର ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ ହୋଇଛି । ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ 287 କୋଟି ଟଙ୍କା ହେବ ବୋଲି ଏକ ସରକାରୀ ବିବୃତ୍ତିରୁ ଜଣାପଡିଛି ।

ଆସାମ ରାଇଫଲ୍ସ(ସାମରିକ ବାହିନୀ) ଓ ମଣିପୁର ପୋଲିସର ମିଳିତ ଉଦ୍ୟମ ଦ୍ବାରା ଏହି ବିପୁଳ ପରିମାଣର ଧଳା ଜହର ବା ବ୍ରାଉନ ସୁଗାରକୁ ଜବତ କରାଯାଇଥିଲା । ତେବେ ନଭେମ୍ବର 10 ଓ 11 ତାରିଖରେ ବିପୁଳ ପରିମାଣର ବ୍ରାଉନ ସୁଗାର ରାଜ୍ୟର ଥୌବଲ ଜିଲ୍ଲା ଅନ୍ତର୍ଗତ କମୁଠାରେ ଲୁଚାଇ ରଖାଯାଇଛି ଏବଂ ଏହାକୁ ସାରା ଦେଶର ବିଭିନ୍ନ ସ୍ଥାନରେ ଚାଲାଣ କରାଯିବା ସଂପର୍କରେ ଖବର ଆସାମ ଓ ମଣିପୁର ପୋଲିସର ବିଶ୍ବସ୍ତ ସୁତ୍ରରୁ ମିଳିଥିଲା ।

ତେବେ ଖବର ପାଇବା ପରେ ପୋଲିସ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଛାନଭିନ ଆରମ୍ଭ ହୋଇଯାଇଥିଲା । ରାତ୍ରି ସମୟରୁ ଯାଞ୍ଚ କରାଯିବା ପରେ ନଭେମ୍ବର 11 ତାରିଖ ଭୋର ସମୟରେ 3ଟି ଲୁକାୟିତ ବ୍ୟାଗରୁ ପୋଲିସ 72 କିଲୋଗ୍ରାମର ବ୍ରାଉନ ସୁଗାରକୁ ଜବତ କରାଯାଇଥିଲା । ଏହି ବ୍ରାଉନ ସୁଗାରର ବଜାର ମୂଲ୍ୟ 287 କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ନାରକୋଟିକ୍ସ ସଂସ୍ଥା ଆକଳନ କରିଥିବା ଏକ ସରକାରୀ ବିବୃତ୍ତିରୁ ଜଣାପଡିଛି । ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.