ETV Bharat / bharat

ଦେଶରେ ଗୋଟିଏ ଦିନରେ ସର୍ବାଧିକ 28,637 କୋରୋନା ପଜିଟିଭ ରିପୋର୍ଟ

author img

By

Published : Jul 12, 2020, 10:42 AM IST

ଭାରତରେ କାୟାବିସ୍ତାର କରୁଛି କୋରୋନା । ସଂକ୍ରମଣ ସଂଖ୍ୟାରେ ବର୍ତତ୍ମାନ ଆମେରିକା ଓ ବ୍ରାଜିଲ ପରେ 3ୟ ସ୍ଥାନରେ ପହଞ୍ଚିଛି ଭାରତ । ଯାହା ଏବେ ଚିନ୍ତାର କାରଣ ପାଲଟିଛି । ଅଧିକ ପଢନ୍ତୁ...

ଦେଶରେ ଗୋଟିଏ ଦିନରେ ସର୍ବାଧିକ 28,637 କୋରୋନା ପଜିଟିଭ ରିପୋର୍ଟ
ଦେଶରେ ଗୋଟିଏ ଦିନରେ ସର୍ବାଧିକ 28,637 କୋରୋନା ପଜିଟିଭ ରିପୋର୍ଟ

ନୂଆଦିଲ୍ଲୀ: ଦେଶରେ ପ୍ରତିଦିନ ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମଣ ମାମଲା ରିପୋର୍ଟ ହେଉଛି। ଆମେରିକା ଏବଂ ବ୍ରାଜିଲ ପରେ ଭାରତରେ ସର୍ବାଧିକ ସଂକ୍ରମଣ ସଂଖ୍ୟା ରହିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ 8 ଲକ୍ଷ 49 ହଜାର ଅତିକ୍ରମ କରିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ, ପ୍ରଥମ ଥର ପାଇଁ ଦେଶରେ ଗତ 24 ଘଣ୍ଟାରେ 28 ହଜାର 637ରୁ ଅଧିକ ନୂଆ କୋରୋନା ପଜିଟିଭ ମାମଲା ରିପୋର୍ଟ ହୋଇଛି । ଏଥିରେ 551 ଜଣଙ୍କର ମୃତ୍ୟୁ ଘଟିଛି। ଯାହାକୁ ମିଶାଇ ସମୁଦାୟ 8 ଲକ୍ଷ 49 ହଜାର 553ଟି ସଂକ୍ରମଣ ମାମଲା ରିପୋର୍ଟ ହୋଇଛି । ସେଥିମଧ୍ୟରୁ 22 ହଜାର 674 ଜଣଙ୍କର ଜୀବନ ଯାଇଛି ।

ତେବେ ଆକ୍ରାନ୍ତଙ୍କ ମଧ୍ୟରୁ 5 ଲକ୍ଷ 34 ହଜାର 621 ଜଣ ସୁସ୍ଥ ହୋଇଥିବାବେଳେ, ବର୍ତ୍ତମାନ 2 ଲକ୍ଷ 92 ହଜାର 258 ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ତେବେ ଅନ୍ୟ ଦେଶ ତୁଳନାରେ ଭାରତରେ ମୃତ୍ୟୁ ହାର ବହୁତ କମ ରହିଛି । ଦେଶର କୋରୋନାରେ ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର ରହିଛି । ଯେଉଁଠି ବର୍ତ୍ତମାନ 2 ଲକ୍ଷ 46 ହଜାର 600ଟି ମାମଲା ରିପୋର୍ଟ ହୋଇଥିବାବେଳେ, ସେଥିମଧ୍ୟରୁ 10 ହଜାର 116 ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 99 ହଜାର 202ଟି ମାମଲା ସକ୍ରିର ରହିଛି । ଏହାପରେ ତାମିଲନାଡୁ ଦ୍ବିତୀୟ ସ୍ଥାନରେ ଥିବାବେଳେ, ତୃତୀୟ ସ୍ଥାନରେ ଦିଲ୍ଲୀ, 4ର୍ଥ ସ୍ଥାନରେ ଗୁଜୁରାଟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.