ଦାନ୍ତେୱାଡା: ପୋଲିସକୁ ବଡ ସଫଳତା । ଛତିଶଗଡ ଦାନ୍ତେୱାଡା ଜିଲ୍ଲାରେ ଜିଲ୍ଲାପାଳ ଓ ଏସପିଙ୍କ ନିକଟରେ 28 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ରାଜ୍ୟସରକାର 4 ଜଣ ମାଓବାଦୀଙ୍କ ମୁଣ୍ଡ ଉପରେ 5 ଲକ୍ଷ ଟଙ୍କା ପୁରସ୍କାର ରାଶି ରଖିଥିଲେ । ଏମାନେ ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆତ୍ମସମର୍ପଣ କରିଛନ୍ତି ବୋଲି ଖବର ମିଳିଛି ।
![Maoists surrender in Chhattisgarh](https://etvbharatimages.akamaized.net/etvbharat/prod-images/4812874_nanananaa.jpg)
ସୂଚନା ଅନୁସାରେ, ଜିଲ୍ଲାରେ ସପ୍ତାହକ ପୂର୍ବରୁ କେଟକଲ୍ୟାଣର ଚିକପାଲ କ୍ୟାମ୍ପ ଖୋଲିବା ପରେ ଲାଲଗଡରେ ନିରନ୍ତର ଭାବରେ ଶାନ୍ତି ଫେରାଇ ଆଣିବା ପାଇଁ ପ୍ରୟାସ କରୁଛନ୍ତି ସୁରକ୍ଷା ବାହିନୀ ଓ ପୋଲିସ । ଏହି ଅଞ୍ଚଳ ପୂର୍ବରୁ ମାଓବାଦୀ ଅନେକ ବର୍ବରୋଚିତ ହିଂସାକାଣ୍ଡ ଭିଆଇଥିଲେ । ଏବେ ପୋଲିସ ଓ ସୁରକ୍ଷା ବାହିନୀର ପ୍ରଚେଷ୍ଟା ଫଳରେ ମାଓ ଗଡ ଦୁର୍ବଳ ହେବାରେ ଲାଗିଛି । ଏହାସହ ଅନେକ ମାଓବାଦୀ ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି । ରବିବାର ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିରେ ସମସ୍ତ 28 ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।
ସପ୍ତାହେ ପୂର୍ବରୁ ଚିକପରାଲ କ୍ୟାମ୍ପର ସ୍ଥାପନା କରାଯାଇଥିଲା । ଏହି କ୍ୟାମ୍ପ ନିକଟର ଏକ କବାଡି ପ୍ରତିଯୋଗିତା ସମୟରେ 5 ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା 4 ମାଓବାଦୀ ଆତ୍ମସମର୍ପଣ କରିଥିଲେ । ପରେ ଅନ୍ୟ ସମସ୍ତ 28 ମାଓବାଦୀ ଆତ୍ମସମର୍ପଣ କରିଥିଲେ ।