ETV Bharat / bharat

ଦୁଇ ଦିନରେ ମହାରାଷ୍ଟ୍ରରେ 278 ପୋଲିସକର୍ମୀ କୋରୋନା ଆକ୍ରାନ୍ତ

author img

By

Published : May 22, 2020, 12:56 PM IST

ଦୁଇ ଦିନ ମଧ୍ୟରେ 278 ପୋଲିସକର୍ମୀ କୋରୋନା ଆକ୍ରାନ୍ତ ହୋଇଥିବା ମହାରାଷ୍ଟ୍ର ପୋଲିସ ଶୁକ୍ରବାର ସୂଚନା ଦେଇଛନ୍ତି ।

_corona
ଦୁଇ ଦିନରେ 278 ପୋଲିସ ଅଧିକାରୀ କୋରୋନା ଆକ୍ରାନ୍ତ

ମୁମ୍ବାଇ: ଦୁଇ ଦିନ ମଧ୍ୟରେ 278 ପୋଲିସକର୍ମୀ କୋରୋନା ଆକ୍ରାନ୍ତ ହୋଇଥିବା ମହାରାଷ୍ଟ୍ର ପୋଲିସ ଶୁକ୍ରବାର ସୂଚନା ଦେଇଛନ୍ତି ।

ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ମୋଟ 1666 ପୋଲିସକର୍ମୀ କୋରୋନା ଆକ୍ରାନ୍ତ ହୋଇଛନ୍ତି । ମୋଟ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ 473 ସୁସ୍ଥ ଏବଂ 16 ପୋଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଛି । ଏଥିସହ ବର୍ତ୍ତମାନ 1177 ଜଣ ଆକ୍ଟିଭ ରହିଛନ୍ତି ।

ଏପଟେ କୋରୋନା ଡ୍ୟୁଟି ସମୟରେ 86 ପୋଲିସ ଅଧିକାରୀ ଆହତ ହୋଇଛନ୍ତି । ଏଥିସହ ପୋଲିସଙ୍କୁ ଆକ୍ରମଣ କରିଥିବା ଘଟଣାରେ 823 ଜଣ ଗିରଫ ହୋଇଥିବା ମହାରାଷ୍ଟ୍ର ପୋଲିସ କହିଛି । ରାଜ୍ୟରେ 41 ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ ହୋଇଥିବା ଜଣାପଡିଛି ।

ପ୍ରକାଶ ଥାଉକି, ସମଗ୍ର ଦେଶରେ କୋରୋନାରେ ମହାରାଷ୍ଟ୍ର ରାଜ୍ୟ ସର୍ବାଧିକ ପ୍ରଭାବିତ ହୋଇଛି । କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ 41642 ଜଣ ଆକ୍ରାନ୍ତ ରହିଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 11726 ସୁସ୍ଥ ଏବଂ 1454 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.