ETV Bharat / bharat

ଦୀପ ସିଦ୍ଧୁଙ୍କୁ 7 ଦିନିଆ ରିମାଣ୍ଡରେ ନେଲା ଦିଲ୍ଲୀ ପୋଲିସ

author img

By

Published : Feb 9, 2021, 8:14 PM IST

7 ଦିନିଆ ପୋଲିସ ହେପାଜତକୁ ଗଲେ ଦିଲ୍ଲୀ ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁ । ଅଧିକ ପଢନ୍ତୁ...

ଦିଲ୍ଲୀ ହିଂସା ମାମଲା , ଦିପ ସିଦ୍ଧୁଙ୍କୁ 7 ଦିନିଆ ରିମାଣ୍ଡରେ ନେଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: 7 ଦିନିଆ ପୋଲିସ ହେପାଜତକୁ ଗଲେ ଦିଲ୍ଲୀ ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁ । ଦିଲ୍ଲୀର ତିସ୍ ହଜାରୀ କୋର୍ଟ ଲାଲକିଲ୍ଲାରେ ହୋଇଥିବା ହିଂସା ଓ ତ୍ରିରଙ୍ଗାକୁ ଅସମ୍ମାନ ଘଟଣାର ତାଙ୍କୁ 7 ଦିନିଆ ପୋଲିସ ହେପାଜତକୁ ପଠାଇଥିବା ଜଣାପଡିଛି । ତାଙ୍କୁ ଗିରଫ କରାଯିବା ପରେ ଆଜି କୋର୍ଟରେ ହାଜର କରିଥିଲା ପୋଲିସ । ପରେ ତାଙ୍କ ଜାମିନ ଆବେଦନ ଅଗ୍ରାହ୍ୟ କରିଦେବା ସହ 7 ଦିନିଆ ରିମାଣ୍ଡରେ ପଠାଇଛନ୍ତି କୋର୍ଟ । ମହାନଗର ନିଗମର ମାଜିଷ୍ଟ୍ରେଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଶୁଣାଣି ସମୟରେ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଦୀପ ସିଦ୍ଧୁଙ୍କୁ 10 ଦିନ ହେପାଜତ ମାଗିଥିଲେ। ସିଦ୍ଧୁଙ୍କ ବିରୋଧରେ ଭିଡିଓଗ୍ରାଫି ପ୍ରମାଣ ଥିବା ଦେର୍ଶାଇଥିଲା ପୋଲିସ । ତେଣୁ ତାଙ୍କୁ ପଚରାଉଚରା ପାଇଁ ଅଧିକ ସମୟ ମାଗିଥିଲା ପୋଲିସ । କିନ୍ତୁ ଏହି ମାମଲାରେ କୋର୍ଟ ପୋଲିସକୁ 7 ଦିନର ରିମାଣ୍ଡ ଅନୁମତି ଦେଇଛନ୍ତି । ପୂର୍ବରୁ ଏହି ମାମଲାରେ ସହ-ଅଭିଯୁକ୍ତ ସୁଖଦେବ ସିଂଙ୍କୁ 14 ଦିନିଆ ଜୁଡିସିଆଲ ରିମାଣ୍ଡକୁ ପଠାଇ ଦିଆଯାଇଛି। ଦିଲ୍ଲୀ ପୋଲିସ କହିଛି ଯେ ଦୀପ ସିଦ୍ଧୁ ପତାକା ଓ ମାରାଣାସ୍ତ୍ର ଧରି ଲାଲକିଲ୍ଲାରେ ପ୍ରବେଶ କରୁଥିବା ଭିଡିଓରେ ଏହା ସ୍ପଷ୍ଟ ଭାବେ ଦେଖାଯାଉଛି ।

ତେବେ ଉକ୍ତ ଘଟଣାରେ ସମସ୍ତ ପ୍ରମାଣ ଡିଜିଟାଲ ଆଧାରରେ ଥିବା କାରଣରୁ ତାଙ୍କୁ ରିମାଣ୍ଡରେ ନେବାର ଆବଶ୍ୟକତା ନଥିବା କଥା କହିଥିଲେ ସିଦ୍ଧୁଙ୍କ ଓକିଲ । କିନ୍ତୁ ତାଙ୍କୁ ଅଧିକ ପଚରାଉଚରା କରିବାର ଆବଶ୍ୟକତା ଦର୍ଶାଇଥିଲା ଦିଲ୍ଲୀ ପୋଲିସ । ଆବଶ୍ୟକ ପଡିଲେ ତାଙ୍କୁ ପଞ୍ଜାବ ଓ ହରିୟାଣା ମଧ୍ୟ ପୋଲିସ ନେଇପାରେ ବୋଲି ଜଣା ପଡିଛି । ପୋଲିସ କହିଛି ଯେ ସିଦ୍ଧୁ ଲୋକଙ୍କୁ ଉତ୍ତେଜିତ କରି ଜନସାଧାରଣଙ୍କ ସମ୍ପତ୍ତି ବ୍ୟାପକ କ୍ଷୟକ୍ଷତି କରିଛି । ଜାନୁଆରୀ 26 ରେ ହୋଇଥିବା ଟ୍ରାକ୍ଟର ରାଲିରେ ନିୟମ ଉଲ୍ଲଂଘନ କରି 140 ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ମଧ୍ୟ କରିଥିବା ପୋଲିସ କହିଛି । । ଲାଲକିଲ୍ଲାରେ ଯେଉଁ ପତାକା ଲଗାଯାଇଥିଲା ସେ ଷଡଯନ୍ତ୍ରରେ ସେ ପୃଷ୍ଟପୋଷକତା କରିଥିବା ପୋଲିସ କହିଥିଲା । ଏବେ ମଧ୍ୟ ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.