ନୂଆଦିଲ୍ଲୀ: ଭାରତରେ ଗତ 24 ଘଣ୍ଟା ମଧ୍ୟରେ 2487ଟି ନୂଆ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଏହା ସହ 83 ଟି ମୃତ୍ୟୁ ରେକର୍ଡ କରାଯାଇଛି । ଫଳରେ ଦେଶର ମୋଟ କୋରୋନା ପଜିଟିଭ ସଂଖ୍ୟା 40ହଜାର ଟପିଛି । ଦେଶର ମୋଟ ପଜିଟିଭ ସଂଖ୍ୟା 40,263କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା 1306ରେ ପହଞ୍ଚିଛି ।
ସେହିପରି ବର୍ତ୍ତମାନ ସୁଦ୍ଧା 28070ଜଣ ଚିକିତ୍ସିତ ହେଉଥିବା ବେଳେ 10887 ଜଣ ସୁସ୍ଥ ହୋଇଥିବା ଜଣାପଡିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ମହାରାଷ୍ଟ୍ରରେ ସର୍ବାଧିକ 12296 ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଥିବା ବେଳେ ଗୁଜୁରାଟରେ 5055, ଦିଲ୍ଲୀରେ 4122, ରାଜସ୍ଥାନରେ 2772, ଉତ୍ତରପ୍ରଦେଶରେ 2626, ତାମିଲନାଡୁରେ 2757, ଆନ୍ଧ୍ରପ୍ରଦେଶରେ 1583, ତେଲେଙ୍ଗାନା 1063, କର୍ଣ୍ଣାଟକରେ 606 ଓ କେରଳରେ 500 ରହିଛି ।
ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 521 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 262, ମଧ୍ୟପ୍ରଦେଶରେ 156, ଦିଲ୍ଲୀରେ 64, ତେଲେଙ୍ଗାନାରେ 28, ତାମିଲନାଡୁରେ 29, କର୍ଣ୍ଣାଟକରେ 25 ଓ ଆନ୍ଧ୍ରପ୍ରଦେଶରେ 33 ଜଣଙ୍କର ମୃତ୍ୟୁ ହୋଇଛି ।