ETV Bharat / bharat

ଡିଜିଟାଲ ମିଡିଆରେ 26 ପ୍ରତିଶତ ବିଦେଶୀ ପୁଞ୍ଜି ନିବେଶକୁ ଅନୁମତି - 26 ପ୍ରତିଶତ ବିଦେଶୀ ନିବେଶ

ସରକାର ଡିଜିଟାଲ ମିଡିଆରେ ଏଫଡିଆଇ ବିଷୟରେ ସୂଚନା ଦେଇଛନ୍ତି । ଏକ ଆତ୍ମନିର୍ଭରଶୀଳ ଏବଂ ଉତ୍ତରଦାୟୀ ଡିଜିଟାଲ୍ ନ୍ୟୁଜ୍ ମିଡିଆ ଇକୋସିଷ୍ଟମ୍ ସୃଷ୍ଟି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ଡିଜିଟାଲ ମିଡିଆରେ 26 ପ୍ରତିଶତ ବିଦେଶୀ ନିବେଶ
ଡିଜିଟାଲ ମିଡିଆରେ 26 ପ୍ରତିଶତ ବିଦେଶୀ ନିବେଶ
author img

By

Published : Oct 17, 2020, 3:15 PM IST

ନୂଆଦିଲ୍ଲୀ: ସରକାର ଡିଜିଟାଲ ମିଡିଆରେ ଏଫଡିଆଇ ବିଷୟରେ ସୂଚନା ଦେଇଛନ୍ତି । ଏକ ଆତ୍ମନିର୍ଭରଶୀଳ ଏବଂ ଉତ୍ତରଦାୟୀ ଡିଜିଟାଲ୍ ନ୍ୟୁଜ୍ ମିଡିଆ ଇକୋସିଷ୍ଟମ୍ ସୃଷ୍ଟି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହା ସହିତ ଚାଇନାର ଡିଜିଟାଲ ମିଡିଆକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିବାକୁ ସରକାରଙ୍କ ଉଦ୍ଦେଶ୍ୟ।

ସୂଚନାନୁଯାୟୀ, ଡିଜିଟାଲ୍ ମିଡିଆରେ 26 ପ୍ରତିଶତ ବିଦେଶୀ ପୁଞ୍ଜି ବିନିଯୋଗକୁ ଅନୁମତି ଦିଆଯାଇଛି। ଏଥିପାଇଁ ସରକାରଙ୍କ ଅନୁମତି ଆବଶ୍ୟକ ହେବ। ଯେଉଁମାନେ ୱେବସାଇଟ୍, ଆପ୍ କିମ୍ବା ଅନ୍ୟାନ୍ୟ ପ୍ଲାଟଫର୍ମରେ ସମ୍ବାଦ ଆଦି ଅପଲୋଡ୍ କିମ୍ବା ଷ୍ଟ୍ରିମ୍ କରିବା ପାଇଁ ଚାହାଁନ୍ତି, ସେମାନଙ୍କ ପାଇଁ ଏହା ପ୍ରଯୁଜ୍ୟ ହେବ । ଡିଜିଟାଲ୍ ମିଡିଆକୁ ଖବର ଦେଉଥିବା ନ୍ୟୁଜ୍ ଏଜେନ୍ସି ଗୁଡିକ ପାଇଁ ମଧ୍ୟ ଏହା ପ୍ରଯୁଜ୍ୟ ହେବ । ଏହାସହ ନ୍ୟୁଜ୍ ଏଗ୍ରିଗେଟର ମଧ୍ୟ ଏହାର ଅଧୀନରେ ଆସିବେ ।

ସମସ୍ତ ଡିଜିଟାଲ୍ ମିଡିଆ ନ୍ୟୁଜ୍ ଅନୁଷ୍ଠାନକୁ ଏକ ବର୍ଷ ସମୟ ଦିଆଯାଇଛି । ଏହା ଦ୍ବାରା ସେମାନେ ସେୟାର ହୋଲ୍ଡିଂ ଆବଶ୍ୟକତା ପୂରଣ କରିପାରିବେ। 26 ପ୍ରତିଶତ FDI କେବଳ ରେଜିଷ୍ଟ୍ରାର କିମ୍ବା ଭାରତରେ ଅବସ୍ଥିତ ଅନୁଷ୍ଠାନଗୁଡିକ ପାଇଁ ପ୍ରଯୁଜ୍ୟ ହେବ ।

ଏହି ନିଷ୍ପତ୍ତି ପରେ ରେଗୁଲେଟୋରୀ ଓଭରସାଇଟ୍ କରାଯାଇପାରିବ । ଏଥିରେ ସିଇଓ ଜଣେ ଭାରତୀୟ ନାଗରିକ ହେବେ । ବିଦେଶୀମାନଙ୍କ ପାଇଁ ସୁରକ୍ଷା କ୍ଲିୟରାନ୍ସ ଆବଶ୍ୟକ ପଡିବ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସମସ୍ତ ମାପକାଠି ବ୍ରୋଡକାଷ୍ଟିଂ ମିଡିଆରେ ଥିଲା କିନ୍ତୁ ବର୍ତ୍ତମାନ ସେଗୁଡିକ ଡିଜିଟାଲ୍ ମିଡିଆ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ ।

ଏହା ଚାଇନିଜ୍ ଏବଂ ବିଦେଶୀ ଡିଜିଟାଲ୍ ମିଡିଆକୁ ନିୟନ୍ତ୍ରଣ କରିବ । ଡେଲି ହଣ୍ଟ୍, ହେଲୋ, ୟୁସି ନ୍ୟୁଜ୍, ଓପେରୋ ନ୍ୟୁଜ୍, ନ୍ୟୁଜ୍ ଡଗ୍ ଇତ୍ୟାଦି ହେଉଛି ଚାଇନିଜ୍ କିମ୍ବା ବିଦେଶୀ ନିୟନ୍ତ୍ରଣ ସହିତ ଡିଜିଟାଲ୍ ମିଡିଆ । ସେମାନେ ଭାରତର ସ୍ବାର୍ଥକୁ କ୍ଷତି ପହଞ୍ଚାଇ ପାରନ୍ତି । ଏହି ପରିପ୍ରେକ୍ଷୀରେ ସଠିକ୍ ଏଫଡିଆଇ ବିନିଯୋଗ ଯାହା ଭାରତୀୟ ସ୍ବାର୍ଥ ପ୍ରତି ଅନୁକୂଳ ହେବ। ଭାରତୀୟ ସ୍ବାର୍ଥକୁ ପ୍ରାଥମିକତା ମିଳିବ । ଏହା ଦ୍ବାରା ମିଥ୍ୟା ଖବରରୁ ଅନେକ ଦୂରେଇ ରହିବେ । ଭାରତୀୟ ଡିଜିଟାଲ୍ ମିଡିଆ କମ୍ପାନୀଗୁଡିକ ନିଜର ସ୍ଥାନ ପାଇବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.