ETV Bharat / bharat

ରାଞ୍ଚିରେ 25 ପୋଲିସ କର୍ମଚାରୀ କୋରୋନା ପଜେଟିଭ - ରାଞ୍ଚିରେ 25 ପୋଲିସ କର୍ମଚାରୀ କୋରୋନା ପଜେଟିଭ

ରାଞ୍ଚିରେ 25 ପୋଲିସ କର୍ମଚାରୀ କୋରୋନା ପଜେଟିଭ । ସଂକ୍ରମଣ ପାଇଁ ଜାରି ହେଲା ନୂଆ ଗାଇଡ । ଲାଇନ ଯୋଗେ, ଅଭିଯୋଗ ଦାଖଲ କରିପାରିବେ ଅଭିଯୋଗକାରୀ। ଅଧିକ ପଢନ୍ତୁ...

25 policemen of Ranchi become corona infected
ରାଞ୍ଚିରେ 25 ପୋଲିସ କର୍ମଚାରୀ କୋରୋନା ପଜେଟିଭ
author img

By

Published : Jul 11, 2020, 12:10 PM IST

ରାଞ୍ଚି: ଝାଡଖଣ୍ତର ରାଜଧାନୀ ରାଞ୍ଚିରେ 25 ପୋଲିସ କର୍ମଚାରୀ କୋରୋନା ପଜେଟିଭ ଚିହ୍ନଟ । ପଜେଟିଭ ଆକ୍ରାନ୍ତ ବିଭିନ୍ନ ଥାନାରେ ବୃଦ୍ଧି ପାଉଥିବାରୁ ପୋଲିସ ବିଭାଗ ତତ୍ପର ହୋଇପଡିଛି । ପୋଲିସ ଷ୍ଟେସନରେ ସଂକ୍ରମଣ ବ୍ୟାପୁ ଥିବାରୁ ଏହାକୁ ରୋକିବାକୁ ଏଏପି ସୁରେନ୍ଦ୍ର କୁମାର ଝା ଏକ ଆଡଭାଇଜରୀ ଜାରି କରିଛନ୍ତି । କୋଭିଡରୁ ନିଜକୁ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଆପଣେଇବା ପାଇଁ ନିର୍ଦ୍ଦେଶରେ କୁହାଯାଇଛି । ଏହି ଆଡଭାଇଜରୀ ବିଭିନ୍ନ ଥାନ ସେମେତ ବିଭିନ୍ନ ଜିଲ୍ଲାର ଏସପି ଓ ଡିଏସପି ଓ ଏସସପିଙ୍କୁ ପଠାଯାଇଛି ।

କୋରୋନା ଯୋଗୁଁ, ପୋଲିସ ଷ୍ଟେସନ ଗୁଡିକରେ କାର୍ଯ୍ୟ କରିବା ଶୈଳୀରେ ପରିବର୍ତ୍ତନ କରାଯାଇଛି । ପୋଲିସ ଷ୍ଟେସନକୁ ଲୋକଙ୍କୁ ଆସିବା ଉପରେ କଟକଣା ଲଗାଯାଇଛି । ଅଭିଯୋଗ କରିବା ପାଇଁ କମ୍ପ୍ଲେନ ବକ୍ସ ରଖାଯାଇଛି । ଯେଉଁଥିରେ ଅଭିଯୋଗକାରୀମାନେ ସେହି ବାକ୍ସରେ ଅଭିଯୋଗ ରଖି ରଖିପାରିବେ । ଏପରିକି, ଅତି ଗୁରୁତର ଅଭିଯୋଗ ହୋଇଥିଲେ ତାହା ଓ୍ବାଟସପ ଓ ଅନଲାଇନ ମାଧ୍ୟମରେ ନିଜର ଅଭିଯୋଗକୁ ରେଜିଷ୍ଟର କରିପାରିବେ । ବାରିଆଟୁ, ସୁକଦେବନଗର,ହିନ୍ଦପୀରି ଓ ମହିଳା ପୋଲିସ ଷ୍ଟେସନରେ କୋରୋନାରେ ବହୁ ଅଧିକାରୀ ଓ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି ।

ସଂକ୍ରମଣ ରୋକିବାକୁ କଣ କରିବା ଉଚିତ୍‌:

ସାମାଜିକ ଦୂରତା

ମାସ୍କ ପିନ୍ଧିବା ଓ ବାରମ୍ବାର ହାତ ଧୋଇବା

ସାନିଟାଇଜରକୁ ନିଜ ପାଖରେ ରଖିବା ଓ ବାରମ୍ବାର ବ୍ୟବହାର କରିବା

ଗ୍ଲୋବସ ପିନ୍ଧିବା ଓ ମୁଣ୍ତରେ ଟୋପି ବ୍ୟବହାର କରିବା

ଅଭିଯୁକ୍ତକୁ ଧରିବା ପୂର୍ବରୁ ପିପିଇ କିଟ ପିନ୍ଧିବା

ନିଜ କାର୍ଯ୍ୟାଳୟ ଓ ଘରକୁ ବାରମ୍ବାର ସାନିଟାଇଜ କରିବା

ନିଜ କାର୍ଯ୍ୟରୁ ଫେରିବା ପରେ, ସମସ୍ତ ପିନ୍ଧା କପଡାକୁ ଭଲ ଭାବରେ ପରିଷ୍କାର କରିବା

ଛୁଟିରୁ ଫେରିବା ପରେ କ୍ବାରେଣ୍ଟାଇନରେ ରହିବା

ସ୍ବାସ୍ଥ୍ୟରେ ସାମାନ୍ୟ ସମସ୍ୟା ଦେଖାଗଲେ ଡାକ୍ତରଙ୍କ ପରାମର୍ଶ ନେବେ ।

ଗାଡି ଚାଳନା ସମୟରେ ମାସ୍କ ଓ ହେଲମେଟ ବ୍ୟବହାର କରିବା

କଣ କରିବା ଉଚିତ୍‌ ନୁହେଁ:

ଏଣେତେଣେ ଛେପ ପକାଇବା ଉଚିତ୍‌ ନୁହେଁ

ବାରମ୍ବାର ନାକ, ପାଟି ଓ ମୁହଁରେ ହାତ ମାରିବା ଉଚିତ ନୁହେଁ

ବାରମ୍ବାର ମାସ୍କକୁ ଛୁଇଁବା ଉଚିତ ନୁହଁ

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.