ଅଗରତାଲା: ଦେଶରେ କୋରୋନା ଭାଇରସ ସଂକ୍ରମଣ ଥମିବାର ନାଁ ନେଉନି । ଏବେ ସାଧାରଣ ଲୋକଙ୍କ ସହ ସୁରକ୍ଷାକର୍ମୀଙ୍କ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ତ୍ରିପୁରାରେ ପୁଣି ଆଉ ନୂଆ 30ଟି କୋରୋନା ମାମଲା ରିପୋର୍ଟ ହୋଇଛି । ସେଥିମଧ୍ୟରୁ 29 ଜଣ ବିଏସଏଫ ଯବାନ ରହିଛନ୍ତି ।
ରାଜ୍ୟରେ କୋରୋନା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ବର୍ତ୍ତମାନ ତ୍ରିପୁରାରେ 116 ଜଣ ଲୋକ କୋରୋନା ପଜିଟିଭ ଅଛନ୍ତି । ବର୍ତ୍ତମାନ ସୁଦ୍ଧା 2 ଜଣ ସୁସ୍ଥ ହୋଇ ଫେରିଛନ୍ତି ।ବିଏସଏଫର 86 ତମ ବାଟାଲିୟନରୁ 25 ଜଣଙ୍କ ନିକଟରେ କୋରୋନା ପଜିଟିଭ ମିଳିଛି । ଏହା ବ୍ୟତୀତ ଆଉ 4 ଜଣ ବିଏସଏଫ ଯବାନଙ୍କ ପରିବାରର ସଦସ୍ୟ ଅଟନ୍ତି। ତ୍ରିପୁରାରେ, କୋରୋନା ମାମଲା 5 ଦିନରେ ଶୂନରୁ 116କୁ ବୃଦ୍ଧି ପାଇଛି ଏବଂ ଏହି ସମସ୍ତ ମାମଲା ବିଏସଏଫର 138 ତମ ଏବଂ 86ତମ ବାଟାଲିୟନ ସହିତ ଜଡିତ ।
ବିଏସଏଫ କର୍ମଚାରୀଙ୍କ ମଧ୍ୟରେ କୋରୋନା ସଂକ୍ରମଣ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଶୁକ୍ରବାର ଆହୁରି 30 ଜଣ ବିଏସଏଫ କର୍ମଚାରୀଙ୍କ ମଧ୍ୟରେ କୋରୋନା ପଜିଟିଭ ମିଳିଛି । ବିଏସଏଫ ଦ୍ବାରା ଜାରି ସରକାରୀ ବିବୃତ୍ତିରେ କୁହାଯାଇଛି ଯେ, ଏହି 30 ଜଣ କର୍ମଚାରୀଙ୍କ ମଧ୍ୟରୁ 6 ଜଣ ଦିଲ୍ଲୀର ଏବଂ 24 ଜଣ ତ୍ରିପୁରାର। ସମସ୍ତଙ୍କୁ ଚିକିତ୍ସା ପାଇଁ ଏମ୍ସ, ଝଞ୍ଝର ଏବଂ ଅଗରତାଲାର ଜିବି ପନ୍ତକୁ ହସ୍ପିଟାଲକୁ ପଠାଯାଇଛି ।