ETV Bharat / bharat

ବୈଦେଶିକ ରାଷ୍ଟ୍ରଦୂତ ପ୍ରତିନିଧିମଣ୍ଡଳୀର କାଶ୍ମୀର ଘାଟି ପରିଦର୍ଶନ

author img

By

Published : Feb 12, 2020, 9:46 PM IST

କାଶ୍ମୀର ଘାଟି ପରିଦର୍ଶନ କରିଛନ୍ତି ବୈଦେଶିକ ରାଷ୍ଟ୍ରଦୂତ ପ୍ରତିନିଧିମଣ୍ଡଳୀର କାଶ୍ମୀର ଘାଟି ପରିଦର୍ଶନ । ସେଠାରେ ସ୍ଥିତି ସାମାନ୍ୟ ଥିବା ନେଇ ଘାଟି ପରିଦର୍ଶନ କରିଥିବା ପ୍ରତିନିଧିମଣ୍ଡଳୀ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...

ଘାଟି ପରିଦର୍ଶନ ପରେ ସ୍ଥିତି ସାମାନ୍ୟ ଥିବା କହିଲେ ବୈଦେଶୀକ ରାଷ୍ଟ୍ରଦୂତ ପ୍ରିତିନିଧି ମଣ୍ଡଳ

ଶ୍ରୀନଗର: ୟୁରୋପୀୟ ସଙ୍ଘ ଓ ଭାରତୀୟ ଶିଖର ସମ୍ମିଳନୀ ପୂର୍ବରୁ 25 ଜଣ ବୈଦେଶିକ ରାଷ୍ଟ୍ରଦୂତଙ୍କ ପ୍ରତିନିଧିମଣ୍ଡଳୀ ଜମ୍ମୁ କଶ୍ମୀର ଗସ୍ତ କରିଛନ୍ତି । ଏଥିରେ ଜର୍ମାନୀ, କତାର ଓ ଆଫଗାନିସ୍ତାନର ରାଷ୍ଟ୍ରଦୂତ ପ୍ରମୁଖ ସାମିଲ ଅଛନ୍ତି । କଶ୍ମୀର ଘାଟିରୁ 370 ଧାରା ଉଚ୍ଛେଦ ହେବା ପରେ ଏହା ବୈଦେଶିକ ରାଷ୍ଟ୍ରଦୂତ ପ୍ରତିନିଧି ମଣ୍ଡଳୀର ଦ୍ବିତୀୟ ଜମ୍ମୁ କଶ୍ମୀର ଗସ୍ତ । ସେଠାରେ ସ୍ଥିତି ସାମାନ୍ୟ ଥିବା ନେଇ ପ୍ରତିନିଧିମଣ୍ଡଳୀ ପକ୍ଷରୁ କୁହାଯାଇଛି ।

କଶ୍ମୀରର ଆତିଥ୍ୟ ସତ୍କାର ଦେଖି ବେଶ ଖୁସି ଅଛନ୍ତି ବୈଦେଶିକ ରାଷ୍ଟ୍ରର ପ୍ରତିନିଧି । ଆଫଗାନିସ୍ତାନର ରାଷ୍ଟ୍ରଦୂତ କହିଛନ୍ତି ଯେ, ଆମେ ଏଠାରେ କିଛି ଘଣ୍ଟା ପାଇଁ ରହିଥିଲୁ । ଏହି ସମୟ ମଧ୍ୟରେ ଘାଟିରେ ସମସ୍ତ ଦୋକାନ ବଜାର ଖୋଲାଥିବା ବେଳେ ଛାତ୍ରଛାତ୍ରୀ ସ୍କୁଲ ଯାଉଥିବା ଦେଖିବାକୁ ପାଇଥିଲୁ । ସେହିପରି ରାଷ୍ଟ୍ରଦୂତ ହଂସ ଡାନେନବର୍ଗ କହିଛନ୍ତି ଯେ, ଘାଟିରେ ଧିରେ ଧିରେ ଶାନ୍ତି ଫେରୁଛି । ସବୁକିଛି ଶୀଘ୍ର ସାମାନ୍ୟ ହୋଇଯିବ ।

ଭିଡିଓ ସୌଜନ୍ୟ: ଟ୍ବିଟର @ANI

ଉଗାଣ୍ଡା ଉଚ୍ଚାୟୁକ୍ତ କହିଛନ୍ତି ଯେ, କଶ୍ମୀର ଭାରତର ମୁଖ୍ୟ ଅଂଶ । ମୁଁ ବର୍ତ୍ତମାନ ଏଠାରେ ଅନେକ ସମ୍ଭାବନା ଦେଖିବାକୁ ପାଉଛି । ଜମ୍ମୁ କଶ୍ମୀରରୁ 370 ଧାରା ଉଚ୍ଛେଦ ହେବା ପରଠୁ ବାରମ୍ବାର ମାନବାଧିକାର କ୍ଷୁର୍ଣ୍ଣ ବିଷୟ ଉଠାଯାଉଛି । ଏହାକୁ ନେଇ ଅନ୍ତରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଭାରତକୁ ଘେରିବାକୁ ଚେଷ୍ଟା କରାଯାଉଛି । ଏସବୁ ମଧ୍ୟରେ 25 ବୈଦେଶିକ ରାଷ୍ଟ୍ରଦୂତଙ୍କ ଜମ୍ମୁ କଶ୍ମୀର ଗସ୍ତ ଅନେକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.