ଦିସପୁର: ଆସାମର ଜୋରହାଟ ଜିଲ୍ଲାର ଏକ ଚା ବଗିଚାରେ ଜଣେ ଡାକ୍ତରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯିବାର ବର୍ଷେ ପରେ ସ୍ଥାନୀୟ କୋର୍ଟ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ 25 ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅକ୍ଟୋବର 19ରେ ଏହି ଘଟଣାରେ ଦଣ୍ଡାଦେଶ ଜାରି କରାଯିବ ।
31 ଅଗଷ୍ଟ 2019ରେ ବରିଷ୍ଠ ମେଡିକାଲ ଅଫିସର ଡ଼ା ଦେବେନ ଦତ୍ତଙ୍କୁ ଚା ବଗିଚାରେ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ତେବେ ଜଣେ ଶ୍ରମିକଙ୍କ ତୃଟିପୂର୍ଣ୍ଣ ଚିକିତ୍ସା କାରଣରୁ ମୃତ୍ୟୁ ହୋଇଯାଇଥିବାରୁ ଅଭିଯୁକ୍ତମାନେ ଡାକ୍ତରଙ୍କ ହତ୍ୟା କରିଦେଇଥିଲେ ।
ଜୋରହାଟ ଜିଲ୍ଲା ତଥା ସେସନ୍ସ ଜଜ ରବିନ୍ ଫୁକାନ ସୋମବାର ବହୁ ପ୍ରତିକ୍ଷିତ ଏହି ଘଟଣାର ରାୟ ଘୋଷଣା କରିଛନ୍ତି । ଆଇପିସିର ବିଭିନ୍ନ ଧାରା ଅଧୀନରେ 25 ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଯେହେତୁ ଆଇନର ବ୍ୟବସ୍ଥା ଅନୁଯାୟୀ ସର୍ବନିମ୍ନ ଦଣ୍ଡ ଆଜୀବନ କାରାଦଣ୍ଡ ହୋଇଥିବାରୁ ଏହି ମାମଲା ବିଭିନ୍ନ ରେକର୍ଡ ସୃଷ୍ଟି କରିବ ବୋଲି ବିଶ୍ବାସ କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ