ETV Bharat / bharat

24 ୟୁକେ ଫେରନ୍ତାଙ୍କୁ ଭୋପାଳରେ ସଙ୍ଗରୋଧ - ସଙ୍ଗରୋଧରେ 24 ୟୁକେ ଫେରନ୍ତା

ମଧ୍ୟପ୍ରଦେଶର ଭୋପାଳରେ 24 ୟୁକେ ଫେରନ୍ତାଙ୍କୁ ସଙ୍ଗରୋଧରେ ରଖାଯାଇଛି । କୋଭିଡ ପରୀକ୍ଷା ହେବା ପରେ ସେମାନଙ୍କୁ ଛଡାଯିବ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

24 UK returnees quarantined in Bhopal
24 ୟୁକେ ଫେରନ୍ତାଙ୍କୁ ଭୋପାଳରେ ସଙ୍ଗରୋଧ
author img

By

Published : Dec 24, 2020, 1:46 PM IST

Updated : Dec 24, 2020, 6:31 PM IST

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ 24 ଜଣ ୟୁକେ ଫେରନ୍ତାଙ୍କୁ ସଙ୍ଗରୋଧରେ ରଖାଯାଇଛି । ୟୁକେରେ କୋରୋନାରୁ ପୁନଃ ସଂକ୍ରମଣ ହେବା ଦୃଷ୍ଟିରୁ ସେମାନଙ୍କୁ ସଙ୍ଗରୋଧରେ ରଖାଯାଉଛି । ତେବେ ସେମାନଙ୍କର ଆରଟି-ପିସିଆର ରିପୋର୍ଟ ଆସିବା ପରେ କୋଭିଡ ନେଗେଟିଭ ଥିଲେ ସେମାନଙ୍କୁ ଛଡାଯିବ ବୋଲି ଜଣାପଡିଛି ।

ୟୁକେରେ କୋରୋନାର ପୁନଃ ସଂକ୍ରମଣ ପୁଣି ଚିନ୍ତାର କାରଣ ପାଲଟିଛି । ୟୁକେରେ ଉଭା ହୋଇଥିବା କୋରୋନାର ଏହି ସୁପର ସ୍ପ୍ରେଡର ଷ୍ଟ୍ରେନ ମହାମାରୀକୁ ପୂର୍ବ ଅପେକ୍ଷା ଦ୍ରୁତ ଗତିରେ ସଂକ୍ରମଣ କରୁଛି । ତେବେ ମହାମାରୀର ଭୟାବହ ରୂପକୁ ଏଡ଼ାଇବା ପାଇଁ କେନ୍ଦ୍ର ସରକାର ସତର୍କତା ଅବଲମ୍ବନ କରୁଛନ୍ତି । ଏଥିଲାଗି ୟୁକେ ଫେରନ୍ତାଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି ।

ୟୁକେରୁ କିମ୍ବା ୟୁକେ ବିମାନବନ୍ଦର ଦେଇ ଆସୁଥିବା ଯାତ୍ରୀଙ୍କୁ ସଙ୍ଗରୋଧରେ ରଖାଯାଇ ସେମାନଙ୍କ କୋଭିଡ ପରୀକ୍ଷା କରାଯାଉଛି । ରିପୋର୍ଟ ନେଗେଟିଭ ଆସିବା ପରେ ସେମାନେ ନିଜ ଘରକୁ ଯାଇପାରିବେ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି । ଭୋପାଳରେ ସଙ୍ଗରୋଧରେ ଥିବା 24 ୟୁକେ ଫେରନ୍ତାଙ୍କ ମଧ୍ୟରୁ 20 ଜଣଙ୍କର ରିପୋର୍ଟ ନେଗେଟିଭ ଆସିଥିବାବେଳେ ଆଉ 4 ଜଣଙ୍କ ରିପୋର୍ଟ ଗୁରୁବାର ଆସିଯିବ ବୋଲି ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

Last Updated : Dec 24, 2020, 6:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.