ଶ୍ରୀନଗର: ଗୁରୁବାର ଜମ୍ମୁ-କାଶ୍ମୀରରେ 24ଟି ନୂଆ କୋରୋନା ପଜିଟିଭ ମାମଲା ଆସିଥିବା ବେଳେ ସମୁଦାୟ ଅଞ୍ଚଳରେ ସଂକ୍ରମିତ ଲୋକଙ୍କ ସଂଖ୍ୟା 184ରେ ପହଞ୍ଚିଛି । ସରକାରୀ ମୁଖପାତ୍ର ରୋହିତ କାନସାଲ କହିଛନ୍ତି ଯେ, କାଶ୍ମୀରରେ 24ଟି ନୂତନ ପଜିଟିଭ ମାମଲା ସମେତ ମୋଟ 184 ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ଏଥିମଧ୍ୟରେ ଜମ୍ମୁରେ 32 ଜଣ ଓ କାଶ୍ମୀରରେ 152 ଜଣ ଅଛନ୍ତି ।
ଗୁରୁବାର ଆସିଥିବା ରିପୋର୍ଟ ଆନୁସାରେ ସମସ୍ତ 24ଟି ପଜିଟିଭି ମାମଲା କାଶ୍ମୀର ବିଭାଗର ବୋଲି ଜଣାପଡିଛି । ଅର୍ଥାତ କେନ୍ଦ୍ରଶାସିତ ଅଞ୍ଚଳରେ ସମୁଦାୟ କୋରୋନା 184 ଆକ୍ରାନ୍ତଙ୍କ ମଧ୍ୟରୁ 5 ଜଣଙ୍କ ମୃତ୍ୟୁ ହୋଇଛି ଏବଂ 10 ଜଣ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ସେହିପରି ଜମ୍ମୁ-କାଶ୍ମୀରରେ 169ଟି ସକ୍ରିୟ ମାମଲା ରହିଛି, ସେଥିମଧ୍ୟରୁ 31ଟି ଜମ୍ମୁ ବିଭାଗରେ ଏବଂ 138ଟି କାଶ୍ମୀର ବିଭାଗରେ ଅଛି ।
@IANS