ଲକ୍ଷ୍ନୌ: ଯମୁନା ଏକ୍ସପ୍ରେସୱେର ମାଣ୍ଟ ଟୋଲ ପ୍ଲାଜାରେ ସଡ଼କ ଦୁର୍ଘଟଣା । ଦିଲ୍ଲୀରୁ ଗୋରଖପୁର ଯାଉଥିବା ଏକ ଘରୋଇ ବସ୍ ଟୋଲ୍ ପ୍ଲାଜା ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ 24 ଜଣ ଯାତ୍ରୀ ଆହତ ହୋଇଥିବା ଜଣା ପଡ଼ିଛି ।
ଆହତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ ଡ୍ରାଇଭର ଶୋଇ ପଡ଼ିବାରୁ ଗାଡ଼ି ନିୟନ୍ତ୍ରଣ ହରାଇ ଏହି ଦୁର୍ଘଟଣା ହୋଇଥିବା ଜଣା ପଡ଼ିଛି । ଅଧିକ ସୂଚନା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ