ନୂଆଦିଲ୍ଲୀ: ଆଉ କେଇ ଘଣ୍ଟା ପରେ ଆରମ୍ଭ ହୋଇଯିବ ଭୋଟ ଗଣତି । ସବୁ ଜନତା ଏବଂ ନେତାଙ୍କ ଲକ୍ଷ୍ୟ ନିର୍ବାଚନର ଫଳାଫଳ ଉପରେ । ତେବେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ପ୍ରକାଶ ପାଇଥିଲା ଏକଜିଟ ପୋଲ । ଅନେକ ଟିଭି ସଂସ୍ଥା ଏବଂ ଗଣମାଧ୍ୟମ ଅନୁସାରେ ବିଜେପି ପୁଣିଥରେ ଆସିବ କୁହାଯାଉଛି । ଏନେଇ ସ୍ମୃତି ଇରାନୀ ମତଦାତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତା' ସହିତ ବିରୋଧୀଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି।
ଆସନ୍ତାକାଲି ପ୍ରକାଶ ପାଇବ ଦେଶର ୧୭ତମ ନିର୍ବାଚନ ଫଳାଫଳ। ଏକଜିଟ୍ ପୋଲ୍ ରେଜଲ୍ଟ ପ୍ରକାଶ ପାଇବା ପରେ ଶାସକ ଦଳ ବିଜେପି ପୁଣି ଥରେ ଆସିବ ବୋଲି ପୂର୍ବାନୁମାନ କରାଯାଇଛି । ଏନେଇ ବେଶ ଖୁସି ଅଛନ୍ତି ବିଜେପି ନେତା, ସମର୍ଥକ । ସେପଟେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଟ୍ବିଟ କରି ବିରୋଧୀଙ୍କୁ କମେଣ୍ଟ ମାରିଛନ୍ତି । ଅନ୍ୟପଟେ ମତଦାତାଙ୍କୁ ମଧ୍ୟ ଧନ୍ୟବାଦ ଜାଣାଇଛନ୍ତି । ସେ କହିଛନ୍ତି ‘ଦେଶର ଜନତାଙ୍କୁ ଧନ୍ୟବାଦ ଯେଉଁମାନେ ଦେଶର ଭବିଷ୍ୟତ କଥା ଭାବି ବିଜେପିକୁ ସମର୍ଥନ କରୁଛନ୍ତି ।’
ସ୍ମୃତି ଆଉ ଏକ ଟ୍ବିଟ କରିଛନ୍ତି, ‘24 ଘଣ୍ଟା ପରେ ଯେତେବେଳେ ଦେଶର ଜନତା ଟିଭି ସାମ୍ନାରେ ବସିଥିବେ ଫଳାଫଳ ଜାଣିବା ପାଇଁ ସେହି ସମୟରେ ମୋତେ ସୁଯୋଗ ମିଳିବ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇବା ପାଇଁ । ଯେଉଁମାନେ ଆମ ଦଳକୁ ନେତୃତ୍ବ କରିବା ପାଇଁ ପୁଣିଥରେ ସୁଯୋଗ ଦେଉଛନ୍ତି କିମ୍ବା ଆମକୁ ଆର୍ଶିବାଦ ଦେଇଛନ୍ତି ସେମାନଙ୍କୁ ମୁଁ କୃତଜ୍ଞତା ଜଣାଉଛି’ ।