ETV Bharat / bharat

ପ୍ଲାଜମା ଦେଲେ 24 କୋରୋନା ଯୋଦ୍ଧା, ସାଜିଲେ ପ୍ରେରଣାର ଉତ୍ସ - ପ୍ଲାଜମା ଦାନ କଲେ 24 ଜଣ କୋରୋନା ଯୋଦ୍ଧା

ପ୍ଲାଜମା ଦାନ କଲେ ଦିଲ୍ଲୀ ପୋଲିସର 24 କର୍ମଚାରୀ । ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଓ ଦିଲ୍ଲୀ ପୋଲିସ କମିଶନର ।

24 Delhi Police personnel donated plasma in AIIMS in presence of Dr. Harsh Vardhan
ପ୍ଲାଜମା ଦାନ କଲେ 24 ଜଣ କୋରୋନା ଯୋଦ୍ଧା ,ଅନ୍ୟମାନଙ୍କ ପାଇଁ ସାଜିଲେ ପ୍ରେରଣାର ଉତ୍ସ
author img

By

Published : Jul 20, 2020, 8:06 AM IST

Updated : Jul 20, 2020, 8:17 AM IST

ନୂଆଦିଲ୍ଲୀ : ପ୍ଲାଜମା ଦାନ କଲେ 24 ଜଣ କୋରୋନା ଯୋଦ୍ଧା । ତେବେ ଏହି ପୋଲିସ କର୍ମଚାରୀମାନେ ଡ୍ୟୁଟିରେ ଥିବା ସମୟରେ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ପରେ କୋରୋନାକୁ ହରାଇ ଏବେ ପ୍ଲା଼ଜମା ଦେଇ ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଆଗେଇ ଆସିଛନ୍ତି । ଦିଲ୍ଲୀ ପୋଲିସର ଏଭଳି ମହାନ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଉଦାଦରଣ ସୃଷ୍ଟି କରିଛି । ଦିଲ୍ଲୀ ଏମସ ଓ ପୋଲିସର ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା ପ୍ଲାଜମା ଡୋନେସନ କାର୍ଯ୍ୟକ୍ରମ । ଏଥିରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଓ ପୋଲିସ କମିଶନର ଯୋଗ ଦେଇଥିଲେ । ତେବେ ପୋଲିସ କର୍ମଚାରୀଙ୍କ ଏହି ମହନା କାର୍ଯ୍ୟ ଅନେକ କୋରୋନା ରୋଗୀଙ୍କ ଜୀବନ ବଞ୍ଚାଇବାରେ ସହାୟକ ହେବ ।

ପ୍ଲାଜମା ଦାନ କଲେ 24 ଜଣ କୋରୋନା ଯୋଦ୍ଧା ,ଅନ୍ୟମାନଙ୍କ ପାଇଁ ସାଜିଲେ ପ୍ରେରଣାର ଉତ୍ସ

କାଡିଓ ରାଡିଓ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଅମରିନ୍ଦର ସିଂ କହିଛନ୍ତି ଯେ, ଲୋକେ ପ୍ଲାଜମା ଦାନ କରିବା ପାଇଁ ଭୟଭୀତ ହେଉଛନ୍ତି । ସେମାନେ ଭାବୁଛନ୍ତି ଯେ, ମେଡିକାଲକୁ ଆସି ପ୍ଲାଜମା ଦାନ କରିବା ଦ୍ବାରା ସେମାନେ ପୁଣି ଥରେ କୋରୋନାରେ ଆକ୍ରାନ୍ତ ହେବେ । ଦେଶରେ ପାଖାପାଖି 10ଲକ୍ଷ ଲୋକେ କୋରୋନାରେ ସଂକ୍ରମିତ ହୋଇଛନ୍ତି । 66 ପ୍ରତିଶତ କୋରୋନାକୁ ହରାଇଛନ୍ତି । 6.50ଲକ୍ଷରୁ ଅଧିକ ଲୋକ କୋଭିଡରୁ ସୁସ୍ଥ ହୋଇଛନ୍ତି । ଯଦି ସୁସ୍ଥ ହୋଇଥିବା ପ୍ରତ୍ୟକ ଲୋକେ ପ୍ଲାଜମା ଦାନ କରନ୍ତି ତେବେ ଦେଶରୁ କୋରୋନାକୁ ମାତ ଦେଇପାରିବା । ଏନେଇ ଲୋକଙ୍କୁ ସଚେତନ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ତେବେ ପ୍ଲାଜମା ଦାନ କରିବା ବହୁତ ସହଜ । ଜଣେ ଲୋକର ପ୍ଲାଜମାରେ 6 ଜୀବନ ରକ୍ଷା କରାଯାଇପାରିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Jul 20, 2020, 8:17 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.