ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣାଧିନ ରହିଛି କୋରୋନା ସଂକ୍ରମଣ । କାରଣ ଅନେକ ଦେଶରେ ପୁଣି ଥରେ ଲକଡାଉନ ମଧ୍ୟ ହୋଇସାରିଲାଣି। ଏସବୁକୁ ନଜରରେ ରଖିଲେ ଭାରତ ଭଲ ସ୍ଥିତିରେ ରହିଥିବା କହିଛି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ।
ଗତ 24 ଘଣ୍ଟାରେ ଦେଶରେ 23 ହଜାର 950ଟି ପଜିଟିଭ ସଂଖ୍ୟା ରିପୋର୍ଟ ହୋଇଛି। ଯେଉଁଥିରେ 333 ଜଣଙ୍କର ମୃତ୍ୟୁ ହୋଇଛି। ମଙ୍ଗଳବାରର ରିପୋର୍ଟକୁ ମିଶାଇ 1 କୋଟି 99 ହଜାର 066ରେ ପହଞ୍ଚିଛି ସଂକ୍ରମଣ ସଂଖ୍ୟା । ସେହିପରି ମୃତ୍ୟୁ ସଂଖ୍ୟା 1 ଲକ୍ଷ 46 ହଜାର 444କୁ ବୃଦ୍ଧି ପାଇଛି।
ବର୍ତ୍ତମାନ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 96 ଲକ୍ଷ 63 ହଜାର 382 ଜଣ ସୁସ୍ଥ ହୋଇଥିବାବେଳେ, 2 ଲକ୍ଷ 89 ହଜାର 240ଜଣ ଚିକିତ୍ସାଧୀନ ଅଛନ୍ତି। ଏହାରି ଭିତରେ ବ୍ରିଟେନରେ କାୟା ବିସ୍ତାର କରୁଥିବା କୋରୋନାର ନୂଆ ଷ୍ଟ୍ରେନର ପ୍ରଭାବ ଭାରତରେ ପଡିନାହିଁ ବୋଲି ସୂଚନା ରହିଛି।