ଗୋରଖପୁର: ଦୁନିଆରେ ଜଣେ ପ୍ରକୃତ ବନ୍ଧୁ ମିଳିବା କଷ୍ଟକର ହୋଇପଡିଛି । ଆଜିର ଦୁନିଆରେ ଆମେ କାହାକୁ ଏତେ ସହଜରେ ବିଶ୍ବାସ କରିପାରୁ ନାହିଁ । ଏମିତି ବହୁତ ଘଟଣା ସମ୍ନାକୁ ଆସୁଛି, ଯେଉଁଠି କିଛି ସ୍ବାର୍ଥ ପାଇଁ ଜଣେ, ନିଜ ବନ୍ଧୁର ଜୀବନ ନେବାକୁ ପଛାଉ ନାହାଁନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଗୋରଖପୁରରେ ।
ଜଣେ 22 ବର୍ଷିୟ ଯୁବକକୁ ତାଙ୍କ ସାଙ୍ଗ ହତ୍ୟା କରଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ବାପ-ମାଆ । ଗତ ରବିବାର ଘଟିଛି ଏ ଘଟଣା । ମୃତକଙ୍କ ନାମ ଅଭିଷେକ ଜୈସ୍ବାଲ । ସେ ଗତକାଲି ତାଙ୍କ ଚାରି ଜଣ ସାଙ୍ଗଙ୍କ ସହ ବାହାରକୁ ବୁଲିବାକୁ ଯାଇଥିଲେ । ମାତ୍ର ହଠାତ ତାଙ୍କ ମୃତ୍ୟୁ ଖବର ପରିବାର ଲୋକଙ୍କୁ ମିଳିଥିଲା । ଏହି ଖବର ପାଇବା ପରେ ଅଭିଷେକଙ୍କୁ ତାଙ୍କ ସାଙ୍ଗ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର । ଏନେଇ ସ୍ଥାନୀୟ ଥାନାରେ ଏକ ମାମଲା ରୁଜ୍ଜୁ ହେବା ସହ ପୋଲିସ ଏ ଘଟଣାର ତଦନ୍ତ ଜାରି ରଖିଛି ।