ETV Bharat / bharat

କଟକରୁ ୨୨ କୋରୋନା ଆକ୍ରାନ୍ତ ଚିହ୍ନଟ - କଟକ

ସିଲଭର ସିଟି କଟକ ମହାନଗର ନିଗମରୁ ପୁଣି ୨୨ ନୂଆ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି ।

corona
କଟକରୁ ୨୨ କୋରୋନା ଆକ୍ରାନ୍ତ ଚିହ୍ନଟ
author img

By

Published : Jul 31, 2020, 6:02 PM IST

କଟକ: ସିଲଭର ସିଟି କଟକ ମହାନଗର ନିଗମରୁ ପୁଣି ୨୨ ନୂଆ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଶୁକ୍ରବାର ଚିହ୍ନଟ 22 ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ହୋମକ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୯ ଜଣ ଶିକ୍ଷାନୁଷ୍ଠାନ କ୍ୱାରଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି।

ଏଥିସହ ୨ ଜଣ ପେଡ କ୍ବାରଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ୭ ଜଣ ଲୋକାଲ କୋରୋନା ଆକ୍ରାନ୍ତ ମଧ୍ୟ ଚିହ୍ନଟ ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୪୯ ବର୍ଷୀୟ ସିଏମସି ଷ୍ଟାଫ ଅରୁଣଦୋୟ ମାର୍କେଟରୁ ଚିହ୍ନଟ ହୋଇଛନ୍ତି, ବାଦାମବାଡ଼ି ରକ୍ସିଲେନ ଅଞ୍ଚଳରୁ ଜଣେ ୨୫ ବର୍ଷର ଯୁବକ , ଚାଉଳିଆଗଞ୍ଜ ଥାନରୁ ଜଣେ ୩୪ ବର୍ଷର ଯୁବକ, ମଙ୍ଗଳାବାଗ ଅଞ୍ଚଳରୁ ଜଣେ ୫୩ ବର୍ଷର ବ୍ୟକ୍ତି, ମହାନଦୀ ବିହାର ଅଞ୍ଚଳରୁ ଜଣେ ୪୦ ବର୍ଷର ମହିଳା, କଟକ ବଡ଼ ମେଡିକାଲ ଅଞ୍ଚଳରୁ ଜଣେ ୩୧ ବର୍ଷର ଯୁବକ (କରୋନା ଯୋଦ୍ଧା) ଓ ଜଣେ କ୍ୟାଣ୍ଟେନ ମେଣ୍ଟ ଅଞ୍ଚଳରୁ ୫୦ ବର୍ଷର ପୁରୁଷ କରୋନା ପଜେଟିଭ ଚିହ୍ନଟ କରାଯାଇଛି।

ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୯୦୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହ ୧୦ ଜଣ ଆକ୍ରାନ୍ତଙ୍କର ମୃତୁ ଘଟିଛି । ସେହିପରି ୫୪୭ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.