ETV Bharat / bharat

21 ପୋଲିସକର୍ମୀଙ୍କୁ ସମ୍ମାନିତ କଲା ଦିଲ୍ଲୀ ପୋଲିସ - policeman honored by delhi police

ପୋଲିସ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ଦିଲ୍ଲୀ ପୋଲିସ କମିଶନର ଏସଏନ୍ ଶ୍ରୀବାସ୍ତବ ଭିଡିଓ କନଫରେନ୍ସିଂ ମାଧ୍ୟମରେ କର୍ମଚାରୀଙ୍କୁ ସମ୍ମାନିତ କରିଛନ୍ତି ।

ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କଲା ଦିଲ୍ଲୀ ପୋଲିସ

author img

By

Published : Jul 26, 2020, 3:15 PM IST

ନୂଆଦିଲ୍ଲୀ: ପୋଲିସ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଦିଲ୍ଲୀ ପୋଲିସ କମିଶନର ଏସଏନ୍ ଶ୍ରୀବାସ୍ତବ ଭିଡିଓ କନଫରେନ୍ସିଂ ମାଧ୍ୟମରେ କର୍ମଚାରୀଙ୍କୁ ସମ୍ମାନିତ କରିଛନ୍ତି । ପଶ୍ଚିମ ରେଞ୍ଜର 3 ଟି ଜିଲ୍ଲାର 21 ଜଣ ପୋଲିସ କର୍ମଚାରୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା ଓ 5 ଜଣ ପୋଲିସର ନାଁ ମଧ୍ୟ ଅସାଧାରଣ କାର୍ଯ୍ୟ ପୁରସ୍କାର ପାଇଁ ପଠାଯାଇଛି ।

ପ୍ରକାଶଥାଉକି, ସମ୍ମାନିତଙ୍କ ମଧ୍ୟରୁ 4 ଜଣ ଦ୍ବାରକା ଜିଲ୍ଲାର ପୋଲିସ ଓ ପଶ୍ଚିମ ଜିଲ୍ଲାର ଜଣେ । ପୋଲିସ ମୁଖ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ପୁରସ୍କାର ପାଇଥିବା ଲୋକଙ୍କ ମଧ୍ୟରେ 3 ଜଣ SHO,2 ଇନ୍ସପେକ୍ଟର, ଅନେକ ସବ୍-ଇନ୍ସପେକ୍ଟର, ହେଡ୍ କନଷ୍ଟେବଳ ଓ କନଷ୍ଟେବଳ ଅଛନ୍ତି ।

ତେବେ ଏସଏନ ଶ୍ରୀବାସ୍ତବ ଦିଲ୍ଲୀ ପୋଲିସର ନୂତନ କମିଶନର ଭାବରେ ନିଯୁକ୍ତ ହେବା ପରଠାରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କୁ ସବୁବେଳେ ଉତ୍ସାହିତ କରିଆସୁଛନ୍ତି । ପ୍ରସଂଶା ପତ୍ର ସମେତ ଆର୍ଥିକ ପୁରସ୍କାର ମଧ୍ୟ ଦେଇ ସେ ସମ୍ମାନିତ କରୁଛନ୍ତି । ଏହା ପ୍ରକୃତରେ ପୋଲିସ କର୍ମଚାରୀଙ୍କ ପାଇଁ ଏକ ଭଲ ପଦକ୍ଷେପ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.