ନୂଆଦିଲ୍ଲୀ: ଆଜି ଦିଲ୍ଲୀ ପଟିଆଲା ହାଉସରେ ଶୁଣାଣି । ଆସନ୍ତାକାଲି ନିର୍ଭୟା ଦୋଷୀଙ୍କ ଫାଶୀ ନେଇ ସୃଷ୍ଟି ହେଉଥିବା ଦ୍ବନ୍ଦରେ ଆଜି ପଡିପାରେ ପୂର୍ଣ୍ଣଚ୍ଛେଦ । ନିର୍ଦ୍ଧାରିତ ସମୟରେ ଫାଶୀ ଖୁଣ୍ଟରେ ଦୋଷୀ ଝୁଲିବେ କି ନାହିଁ ଆଜିର ଶୁଣାଣି ପରେ ଜଣାପଡିବ ।
ତାଙ୍କ ନ୍ୟାୟିକ ବିକଳ୍ପ ଶେଷ ହୋଇନଥିବାରୁ ଫାଶୀ ଉପରେ ରୋକ ଲଗାଇବାକୁ ନିର୍ଭୟା ଦୋଷୀଙ୍କ ଓକିଲ ଏପି ସିଂ ପଟିଆଲା ହାଉସ କୋର୍ଟରେ ଅପିଲ କରିଛନ୍ତି । ଆଜି ଏହାର ଶୁଣାଣି କରିବେ ପଟିଆଲା ହାଉସ କୋର୍ଟ । ସମସ୍ତ ଦୋଷୀ ମୁକେଶ ସିଂ, ପୱନ ଗୁପ୍ତା, ବିନୟ କୁମାର ଶର୍ମା ଏବଂ ଅକ୍ଷୟ କୁମାର ଶର୍ମା ଫାଶି ଖୁଣ୍ଟରେ ଝୁଲିବା ନେଇ ହେବ ଶେଷ ନିଷ୍ପତ୍ତି ।
ଏପଟେ ଡେଥ ୱାରେଣ୍ଟ ଉପରେ କୌଣସି ପ୍ରକାର ରୋକ ଲଗାଇବାକୁ ତିହାର ଜେଲ କର୍ତ୍ତୃପକ୍ଷ ବିରୋଧ କରିଥିବା ଦେଖାଦେଇଛି । ଅନ୍ୟପଟେ ଏବେ ବି ଫାଶୀରୁ ବର୍ତ୍ତିବା ପାଇଁ ଆଶା ରଖି ପ୍ରୟାସ ଜାରି ରଖିଛନ୍ତି ଦୋଷୀ ।