ETV Bharat / bharat

ଡୁନ ଅନ୍ତରାଷ୍ଟ୍ରୀୟ ଷ୍ଟାଡିୟମ ପାଲଟିବ 2000 ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର - Raipur International Stadium Latest News

ଉତ୍ତରାଖଣ୍ଡର ରାୟପୁର ସ୍ଥିତ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଷ୍ଟାଡିୟମରେ 2000 ବେଡ ବିଶିଷ୍ଟ ଅସ୍ଥାୟୀ କୋଭିଡ ହସ୍ପିଟାଲ ନିର୍ମାଣ କରାଯାଉଛି । ଏହି କୋଭିଡ କେୟାର ସେଣ୍ଟର 8ରୁ 10 ଦିନ ଭିତରେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଯିବ ବୋଲି କହିଛନ୍ତି ଏସଡିଆରଏଫ ଆଇଜି କହିଛନ୍ତି ।

ଡୁନ ଅନ୍ତରାଷ୍ଟ୍ରୀୟ ଷ୍ଟାଡିୟମ ପାଲଟିବ 2000 ଶଯ୍ୟା ବିଶିଷ୍ଟ କୋଭିଡ କ୍ୟାୟର ସେଣ୍ଟର

author img

By

Published : Jun 18, 2020, 10:35 PM IST

ଡେରାଡୁନ: ଉତ୍ତରାଖଣ୍ଡରେ ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2000 ଟପିଲାଣି । କ୍ରମାଗତ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରୁ ସ୍ବାସ୍ଥ୍ୟ ବିଭାଗର ନିଦ ଉଡିଯାଇଛି । ଏହାକୁ ଦେଖି ରାଜଧାନୀ ଡେରାଡୁନର ଅନ୍ତରାଷ୍ଟ୍ରୀୟ କ୍ରିକେଟ ଷ୍ଟାଡିୟମକୁ ଅସ୍ଥାୟୀ କୋଭିଡ ଡାକ୍ତରଖାନାରେ ପରିଣତ କରାଯିବ ।

ଡୁନ ଅନ୍ତରାଷ୍ଟ୍ରୀୟ ଷ୍ଟାଡିୟମ ପାଲଟିବ 2000 ଶଯ୍ୟା ବିଶିଷ୍ଟ କୋଭିଡ କ୍ୟାୟର ସେଣ୍ଟର

ସୂଚନାମୁତାବକ, ଡେରାଡୁନ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଷ୍ଟାଡିୟମରେ 2000 ବେଡ ବିଶିଷ୍ଟ ଅସ୍ଥାୟୀ କୋଭିଡ ହସ୍ପିଟାଲ ନିର୍ମାଣ କରାଯାଉଛି । ତେବେ କୁମ୍ଭମେଳାର ଆଇଜି ସଞ୍ଜୟ ଗୁନଜ୍ବାଲ ଏହି ଅସ୍ଥାୟୀ ଡାକ୍ତରଖାନାର ନିର୍ମାଣର ଦାୟିତ୍ବ ନେଇଛନ୍ତି । କୁମ୍ଭ ମେଳାରେ ସଂପୃକ୍ତ ପୋଲିସ ଓ ଏସଡିଆରଏଫ ଯବାନ ଏହି ସେଣ୍ଟରର ନିର୍ମାଣରେ ଲାଗି ପଡିଛନ୍ତି । ଆଇଜିଙ୍କ କହିବାନୁସାରେ, ଏହି କୋଭିଡ କ୍ୟାୟାର ସେଣ୍ଟର 8ରୁ 10 ଦିନ ଭିତରେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଯିବ ।

ଏହି ଅସ୍ଥାୟୀ ଡାକ୍ତରଖାନା ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ସବୁଠାରୁ ବଡ କୋଭିଡ ହସ୍ପିଟାଲ ଭାବେ ପରିଣତ ହେବ । ଏହି ସେଣ୍ଟରରେ ଆକ୍ରାନ୍ତଙ୍କୁ ଆଇସୋଲେଟ କରିବା ସହ ସେମାନଙ୍କୁ ବିଭିନ୍ନ ସୁବିଧା ପ୍ରଦାନ କରାଯିବ ।

ସଂକ୍ରମିତଙ୍କ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ସେମାନଙ୍କୁ ସେମାନଙ୍କୁ ସେଠାରେ ଯୋଗ ଓ ଧ୍ୟାନ କରିବା ଶିଖାଯିବ । ତେବେ ଯୋଗ ଶିଖାଇବା ପାଇଁ ଖେଳ ପଡିଆରେ ଲାଗିଥିବା ଏଲିଡି ସ୍କ୍ରିନର ବ୍ୟବହାର କରାଯିବ ।

ତେବେ ଏଏସପି ମୁକେଶ ଠାକୁର କହିଛନ୍ତି ଯେ, କୋରୋନା ଆକ୍ରାନ୍ତଙ୍କ ପ୍ରଥମେ ଫେସ ସ୍କ୍ରିନିଂ କରାଯିବ । ଫଳରେ ସେମାନଙ୍କର ସମସ୍ତ ଡାଟା ରହିବ । ଏହି ସେଣ୍ଟରକୁ ଜୋନରେ ବିଭକ୍ତ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.