ETV Bharat / bharat

କୋରୋନା ଯୁଦ୍ଧ: ନିଜାମୁଦ୍ଦିନ ମର୍କଜର 200 ଜମାତି ଦେବେ ପ୍ଲାଜମା

author img

By

Published : Apr 27, 2020, 10:23 AM IST

ପ୍ଲାଜମା ଥେରାପି କିମ୍ବା ପାସିଭ୍ ଆଣ୍ଟିବଡି ଥେରାପି ପାଇଁ 14 ଦିନରୁ ଅଧିକ ସମୟ ଧରି କୋରୋନା ଜୀବାଣୁରୁ ମୁକ୍ତି ପାଇଥିବା ବ୍ୟକ୍ତିଙ୍କ ରକ୍ତରୁ ପ୍ଲାଜମା ନିଆଯାଏ । ବିଭିନ୍ନ ଲୋକଙ୍କ ଶରୀରରେ ଆଣ୍ଟିବଡି ଉତ୍ପନ୍ନ ହୁଏ, ଯେଉଁମାନେ ବିଭିନ୍ନ ସମୟ ପାଇଁ ସଂକ୍ରମଣରୁ ମୁକ୍ତି ପାଇଲେ ।ଏହା ସଂକ୍ରମଣର ଗମ୍ଭୀରତା ଏବଂ ରୋଗ ପ୍ରତିରୋଧକ କ୍ଷମତା ଉପରେ ନିର୍ଭର କରେ । ଅଧିକ ପଢନ୍ତୁ...

200 jamati will donate plasma
ନିଜାମୁଦ୍ଦିନ ମର୍କଜର 200 ଜମାତି ଦେବେ ପ୍ଲାଜମା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କଠିନ ପରିଶ୍ରମର ଫଳ ମିଳୁଥିବା ଦେଖାଯାଉଛି । 2 ଦିନ ପୂର୍ବେ ସିଏମ କେଜରିଓ୍ବାଲ କୋରୋନାରୁ ସୁସ୍ଥ ଥିବା ହୋଇଥିବା ଆକ୍ରାନ୍ତାଙ୍କୁ ପ୍ଲାଜମା ଦାନ କରିବାକୁ ନିବେଦନ କରିଥିଲେ। ବର୍ତ୍ତମାନ ତବଲିଗି ଜମାତର 200 ସାହାଯ୍ୟ ପାଇଁ ଆଗକୁ ଆସିଛନ୍ତି । ଏହି ସମସ୍ତ ଲୋକ ଯେଉଁମାନେ କୋରୋନାରେ ସଂକ୍ରମିତ ହୋଇଥିଲେ, କିନ୍ତୁ ବର୍ତ୍ତମାନ ସୁସ୍ଥ ହୋଇଛନ୍ତି।

ଗତ ମାସରେ ଦିଲ୍ଲୀର ନିଜାମୁଦ୍ଦିନରେ ଆୟୋଜିତ ମାର୍କଜରେ ଶହ ଶହ ତବଲିଗ ଜମାତ ଲୋକ ଯୋଗ ଦେବାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଅନେକ କୋରୋନାରେ ସଂକ୍ରମିତ ହୋଇଥିଲେ। ଯାହା ଦ୍ବାରା ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ।

ଦିଲ୍ଲୀର ସ୍ୱାସ୍ଥ୍ୟ ବିଭାଗ କହିଛି ଯେ, ପ୍ରାୟ 200 ଜମାତଙ୍କ ଠାରୁ ପ୍ଲାଜମା ନେବା ପାଇଁ ଡକାଯିବ। ସିଏମ କେଜ୍ରିୱାଲ ନିକଟରେ କହିଛନ୍ତି, 'ପ୍ରତ୍ୟେକ ଧର୍ମର ଲୋକେ ପ୍ଲାଜମା ଦେଇ ପରସ୍ପରର ଜୀବନ ବଞ୍ଚାଇବାକୁ ଚାହାଁନ୍ତି । ମୁଁ ଧାରଣା ପାଇଲି ଯେ, ବୋଧହୁଏ ଜଣେ ମୁସଲମାନର ପ୍ଲାଜମା ଜଣେ ହିନ୍ଦୁଙ୍କ ଜୀବନ ରକ୍ଷା କରିପାରିବ। ସେହିପରି ଜଣେ ହିନ୍ଦୁଙ୍କର ପ୍ଲାଜମା ଜଣେ ମୁସଲମାନର ଜୀବନ ରକ୍ଷା କରିପାରିବ । ଯେତେବେଳେ ଭଗବାନ ପୃଥିବୀ ସୃଷ୍ଟି କରିଥିଲେ, ସେତେବେଳ ମନୁଷ୍ୟ ସୃଷ୍ଟି କଲରିଥିଲେ, ତେଣୁ ପ୍ଲାଜମା ଧର୍ମ ଦେଖି ଜୀବନ ବଞ୍ଚାଇବନି'।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.