ETV Bharat / bharat

ଦିଲ୍ଲୀ ରାଜୀବ ଗାନ୍ଧୀ ହସ୍ପିଟାଲରେ ବଢିଲା 155 କୋଭିଡ ବେଡ୍

କୋରୋନା ମୁକାବିଲାରେ ସକ୍ରିୟ ତଥା ମୁଖ୍ୟ ଭୂମିକା ନେଇଥିବା ଦିଲ୍ଲୀର ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ କୋଭିଡ 19 ବେଡ୍ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ....

author img

By

Published : Jul 6, 2020, 8:01 PM IST

ଦିଲ୍ଲୀ ରାଜୀବ ଗାନ୍ଧୀ ହସ୍ପିଟାଲରେ ବଢିଲା 155ଟି କୋଭିଡ ବେଡ୍

ନୂଆଦିଲ୍ଲୀ: କୋରୋନା ମୁକାବିଲାରେ ସକ୍ରିୟ ତଥା ମୁଖ୍ୟ ଭୂମିକା ନେଇଥିବା ଦିଲ୍ଲୀର ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ କୋଭିଡ 19 ବେଡ୍ ବୃଦ୍ଧି ପାଇଛି । ପୂର୍ବରୁ 45ଟି ବେଡ୍ ଥିବା ଏହି ହସ୍ପିଟାଲରେ ଏବେ 155ଟି ନୂଆ ବେଡ୍ ଯୋଡିଛି । ଫଳରେ ଏଠାରେ ମୋଟ୍ 200 ବେଡ୍ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା ଦେଇଛନ୍ତି ।

ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସହ କେଜ୍ରିୱାଲ ସୋମବାର ହସ୍ପିଟାଲ ଗସ୍ତ କରି କୋରୋନା ପ୍ରସ୍ତୁତି ତଦାରଖ କରିଥିଲେ । ଏହି ଅବସରରେ କେଜ୍ରିୱାଲ କହିଥିଲେ ଯେ ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲ କୋଭିଡ 19 ମୁକାବିଲାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛି । ଏହାର ଷ୍ଟାଫ୍ ଦିନରାତି କାମ କରି ପ୍ରାୟ 1000 ଆକ୍ରାନ୍ତଙ୍କୁ ସୁସ୍ଥ କରିଛନ୍ତି । ଅଳ୍ପ ସମୟ ମଧ୍ୟରେ ଏବଂ ସ୍ବଳ୍ପ ସୁବିଧାରେ ଏଠାରେ କୋଭିଡ ବେଡ୍ 45ରୁ 200କୁ ବୃଦ୍ଧି ପାଇଛି । ଆଗାମୀ ଦିନରେ ଏହି ସଂଖ୍ୟା 500 ପହଞ୍ଚାଇବାକୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି ।

ଏହାସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜଧାନୀରେ କୌଣସି ପ୍ରକାର କୋଭିଡ 19 ବେଡ୍ ଅଭାବ ନାହିଁ । ଏଠାରେ 15 ହଜାର 500 ବେଡ୍ ରହିଛି ଯେଉଁଥିରୁ 10 ହଜାର ବେଡ୍ ଖାଲି ରହିଛି । ସେହିପରି 1900 ଆଇସିୟୁ ବେଡ୍ ମଧ୍ୟରୁ 750ରେ କେହି ନାହାନ୍ତି । ଆଗାମୀ ଦିନରେ ଏହି ବେଡ୍ ସଂଖ୍ୟାରେ ବୃଦ୍ଧି ଘଟିବ । କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଥିବାରୁ ବେଡ୍ ବଢାଯିବାର ଯୋଜନା ରହିଛି ବୋଲି କେଜ୍ରିୱାଲ ପ୍ରକାଶ କରିଛନ୍ତି । ଏହାସହ ସେ କୋରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କୁ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ପ୍ଲାଜମା ଦାନ କରିବାକୁ ଅନୁରୋଧ କରିଛନ୍ତି ।

ପ୍ଲାଜମା ଥେରାପିର ଟ୍ରାଏଲ୍ସ ପରେ ଏହାକୁ ଚିକିତ୍ସାରେ ବ୍ୟବହାର କରାଯାଇଛି । ହେଲେ ପ୍ଲାଜମା ପ୍ରଦାନ କରୁଥିବା ଲୋକଙ୍କଠାରୁ ଏହାକୁ ଆବଶ୍ୟକ କରୁଥିବା ଲୋକ ଅଧିକ ଅଛନ୍ତି । ଯେଉଁଥିପାଇଁ ଅଧିକ ଲୋକଙ୍କୁ ପ୍ଲାଜମା ଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ଏହାସହ ଦିଲ୍ଲୀରେ ଦେଶର ପ୍ରଥମ ପ୍ଲାଜମା ବ୍ୟାଙ୍କ ଖୋଲିବ ବୋଲି ସେ ସୂଚନା ଦେଇଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ବର୍ତ୍ତମାନ ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 99 ହଜାର 444 ରହିଛି । ସେହିପରି ମୃତ୍ୟୁ ସଂଖ୍ୟା 3067 ଥିବା ନେଇ ସୂଚନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.