ETV Bharat / bharat

ସ୍କ୍ରାପ ହେବ 20 ବର୍ଷ ପୁରୁଣା ପ୍ରାଇଭେଟ ଓ 15 ବର୍ଷର କମର୍ସିଆଲ ଗାଡି - ଅର୍ଥ ବଜେଟ 2021

ସାଂସଦରେ ଆଗତ ହୋଇଛି ଆର୍ଥିକ ବଜେଟ 2021-22 । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ବଜେଟ ଉପସ୍ଥାପନା କରିଥିବାବେଳେ ପୁରୁଣା ଗାଡି ପାଇଁ ସ୍କ୍ରାପ ପଲିସି ଆସିବ ବୋଲି ଅର୍ଥମନ୍ତ୍ରୀ ନିଜ ଭାଷଣରେ କହିଛନ୍ତି । ଅଧିକ ପଢନ୍ତୁ...

20 ବର୍ଷର ପୁରୁଣା ପ୍ରାଇଭେଟ ଓ 15 ବର୍ଷର କମର୍ସିଆଲ ଗାଡି

author img

By

Published : Feb 1, 2021, 12:06 PM IST

Updated : Feb 1, 2021, 5:56 PM IST

ନୂଆଦିଲ୍ଲୀ: ସଂଦରେ ଆଗତ ହୋଇଛି ଆର୍ଥିକ ବଜେଟ 2021-22 । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଉପସ୍ଥାପନା କରିଛନ୍ତି ବଜେଟ । ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନା କରି 20 ବର୍ଷର ପୁରୁଣା ପ୍ରାଇଭେଟ ଓ 15 ବର୍ଷର ପୁରୁଣା କମର୍ସିଆଲ ଗାଡିଗୁଡିକ ସ୍କ୍ରାପ ହେବ ବୋଲି କହିଛନ୍ତି ।

ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଅର୍ଥମନ୍ତ୍ରୀ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି । ପୁରୁଣା ଗାଡି ପାଇଁ ଆସିବ ସ୍କ୍ରାପ ପଲିସି । ପୁରୁଣା ଗାଡିକୁ ସ୍କ୍ରାପ କରାଯିବ । 42ଟି ସହରରେ ବାୟୁ ପ୍ରଦୂଷଣ ରୋକିବାକୁ 2217 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସ୍ବଚ୍ଛ ବାୟୁ ପାଇଁ 5 ବର୍ଷରେ ଖର୍ଚ୍ଚ ହେବ 2 ହଜାର କୋଟି । ପୁରୁଣା ଗାଡି ପାଇଁ ନୂଆ ସ୍କ୍ରାପ ପଲିସି ପାଇଁ ସଡକ ପରିବହନ ମନ୍ତ୍ରାଳୟକୁ 1.18 ଲକ୍ଷ କୋଟି ଟଙ୍କା ଘୋଷଣା କରାଯାଇଛି ।

ସୂଚନାଯୋଗ୍ୟ, କୋଭିଡ ମହାମାରୀ ପରେ ପ୍ରଥମ ଥର ବଜେଟ ଉପସ୍ଥାପନା କରାଯାଇଛି । ଆର୍ଥିକ ସ୍ଥିତିକୁ ସୁଦୃଢ କରିବାକୁ ଏହି ବଜେଟକୁ ଗୁରୁତ୍ବପୂର୍ଣ୍ଣ କୁହାଯାଉଛି । ତୃତୀୟ ଥର ଲାଗି ସୀତାରମଣ ବଜେଟ ଆଗତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 1, 2021, 5:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.