ETV Bharat / bharat

କୋରୋନା ପାଇଁ ଘରୋଇ ମେଡିକାଲରେ 20 ପ୍ରତିଶତ ଆଇସିୟୁ ବେଡ ବାଧ୍ୟତାମୂଳକ: ଗୋଆ ସରକାର

author img

By

Published : Jul 14, 2020, 7:25 AM IST

ଗୋଆରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଘରୋଇ ହସପିଟାଲରେ 20 ପ୍ରତିଶତ ଆଇସିୟୁ ବେଡ ବାଧ୍ୟତାମୂଳକ କଲେ ଗୋଆ ସରକାର । ଅଧିକ ପଢନ୍ତୁ....

20% ICU beds in pvt hospitals for Covid patients: Goa CM
କୋରୋନା ପାଇଁ ଘରୋଇ ମେଡିକାଲରେ 20 ପ୍ରତିଶତ ଆଇସିୟୁ ବେଡ ବାଧ୍ୟତାମୂଳକ :ଗୋଆ ସରକାର

ପାଣାଜୀ: ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି କୋଭିଡ ମାମଲା । ସଂକ୍ରମଣ ରୋକିବାକୁ ବିଭିନ୍ନ ରାଜ୍ୟର ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଆଉ ଏଥିରେ ଦୁଇପାଦ ଆଗରେ ରହିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ । ଗୋଆରେ ଥିବା ବିଭିନ୍ନ ଘରୋଇ ହସପିଟାଲ ଗୁଡିକର ଆଇସିୟୁରେ 20 ପ୍ରତିଶତ ବେଡ କୋଭିଡ ରୋଗୀଙ୍କ ପାଇଁ ସଂରକ୍ଷିତ ରଖିବା ବାଧ୍ୟତାମୂଳକ ବୋଲି କହିଛନ୍ତି । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଗୋଆ ସରକାର ଏଭଳି ନିଷ୍ପତି ନେଇଛନ୍ତି ।

ସୋମବାର ଦିନ ହୋଇଥିବା କୋଭିଡ ପରିଚାଳନା ବୈଠକରେ ଏଭଳି ନିଷ୍ପତି ନିଆଯାଇଛି । ଏହି ସମୀକ୍ଷା ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ବିଶ୍ବଜିତ ରାଣେଙ୍କ ସମେତ ମୁଖ୍ୟ ଶାସନ ସଚିବ ଓ ସ୍ବାସ୍ଥ୍ୟ ସଚିବ ପ୍ରମୁଖ ଯୋଗ ଦେଇଥିଲେ । ଯଦି, ଏହି ନିର୍ଦ୍ଦେଶକୁ ଘରୋଇ ମେଡିକାଲ ପାଳନ ନ କରନ୍ତି , ଡାକ୍ତରଖାନର ଲାଇସେନ୍ସ ବାତିଲ କରାଯିବ ବୋଲି ସ୍ବାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି । ତେବେ ରାଜ୍ୟରେ ସକ୍ରିୟ ମାମଲା 1000 ରହି ଥିବାବେଳେ ମୃତ୍ୟୁ ସଂଖ୍ୟା 17 ରହିଛି ।

ସୌଜନ୍ୟ @ IANS.

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.