ETV Bharat / bharat

ଗୋରଖପୁରରୁ 20 ନାବାଳକ ଉଦ୍ଧାର, 9 ମାନବ ଚୋରା ଚାଲାଣକାରୀ ଗିରଫ

author img

By

Published : Aug 18, 2020, 4:49 PM IST

ବିହାରରୁ ଦିଲ୍ଲୀ ପଠାଯାଉଥିଲା 20 ନାବାଳକଙ୍କୁ ଉଦ୍ଧାର କରାଯିବା ସହ 9 ଜଣ ମାନବ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି ଉତ୍ତରପ୍ରଦେଶ ଗୋରଖପୁର ଜିଲ୍ଲାର କ୍ରାଇମ ବ୍ରାଞ୍ଚ ଟିମ୍ ।ଏହି ପିଲାମାନଙ୍କୁ ବିହାରର ଅରରିଆରୁ ଦିଲ୍ଲୀକୁ ଏକ ବସ୍ ଯୋଗେ ପଠାଯାଉଥିଲା। ଅଧିକ ପଢନ୍ତୁ...

ଗୋରଖପୁରରୁ 20 ନାବାଳକ ଉଦ୍ଧାର, 9 ମାନବ ଚୋରା ଚାଲାଣକାରୀ ଗିରଫ
ଗୋରଖପୁରରୁ 20 ନାବାଳକ ଉଦ୍ଧାର, 9 ମାନବ ଚୋରା ଚାଲାଣକାରୀ ଗିରଫ

ଲକ୍ଷ୍ନୌ: ବିହାରରୁ ଦିଲ୍ଲୀ ପଠାଯାଉଥିବା 20 ନାବାଳକଙ୍କୁ ଉଦ୍ଧାର କରାଯିବା ସହ 9 ଜଣ ମାନବ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି ଉତ୍ତରପ୍ରଦେଶ ଗୋରଖପୁର ଜିଲ୍ଲାର କ୍ରାଇମ ବ୍ରାଞ୍ଚ ଟିମ୍ । ଏହି ପିଲାମାନଙ୍କୁ ବିହାରର ଅରରିଆରୁ ଦିଲ୍ଲୀକୁ ଏକ ବସ୍ ଯୋଗେ ପଠାଯାଉଥିଲା। ସମସ୍ତ ପିଲା ଗରିବ ଶ୍ରେଣୀର ହୋଇଥିବା ବେଳେ ସେମାନଙ୍କ ସମ୍ପର୍କୀୟଙ୍କୁ ଟଙ୍କାର ଲୋଭ ଦେଖାଇ ସମସ୍ତ ପିଲାଙ୍କୁ ନିଆ ଯାଇଥିଲା । ଅଗଷ୍ଟ 17 ଦିନ ସକାଳେ ଖୋରାବାର ଅଞ୍ଚଳର ଜଗଦୀଶପୁର ମାଦାପର୍ କୋନି ତିରାହା ଉପରେ ଚଢାଉ କରି ପୋଲିସ ଏହି ମାନବ ଚାଲାଣକାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ 20 ନାବାଳକଙ୍କୁ ଉଦ୍ଧାର କରାଯାଇଥିଲା ବୋଲି ଏସପି କ୍ରାଇମ ଅଶୋକ କୁମାର ଭର୍ମା କହିଛନ୍ତି ।

ବଚପନ ବଚାଓ ଆନ୍ଦୋଳନର ରାଜ୍ୟ ସଂଯୋଜକ ସୂର୍ଯ୍ୟ ପ୍ରତାପ ମିଶ୍ରଙ୍କଠାରୁ ସେ ପିଲାମାନଙ୍କ ବିଷୟରେ ସୂଚନା ପାଇଛନ୍ତି ବୋଲି ଏସପି କହିଛନ୍ତି। କିଛି ପିଲାଙ୍କୁ ବିହାରରୁ ଦିଲ୍ଲୀକୁ ମାନବ ଚାଲାଣକାରୀ ବସ୍ ଯୋଗେ ନିଆଯାଉଛି ବୋଲି ସେ ସୂଚନା ଦେଇଥିଲେ । ଏହି ସୂଚନା ଉପରେ ଦଳ 9 ଜଣ ମାନବ ଚାଲାଣକାରୀଙ୍କୁ ଗିରଫ କରିବା ସହ ପିଲାମାନଙ୍କୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତ କରିଛନ୍ତି ।

ଅଭିଯୁକ୍ତମାନେ ହେଉଛନ୍ତି ବିହାର ଅରରିଆର ଜିଲ୍ଲାରେ ରହୁଥିବା ମହମ୍ମଦ ହାସିମ, ମହମ୍ମଦ ଜାହିଦ, ଇଶତିଆକ, ଶମଶାଦ, ମୁର୍ସିଦ, ମାରୁଫ, ନୁର ହାସନ, ସହିଦ ଏବଂ ହାସିବ ବୋଲି ଜଣାପଡିଛି। ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଆଇପିସି ଧାରା 370 (5), 420, 79 ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ ଏବଂ 3 CLPR ଆକ୍ଟ 2016 ଅନୁଯାୟୀ ଏକ ମାମଲା ରୁଜୁ କରିଛି। ପୋଲିସ ଅଧିକାରୀ କହିଛନ୍ତି ଯେ 20 ପିଲାଙ୍କ ମଧ୍ୟରୁ 19 ଜଣଙ୍କର ବୟସ 18 ବର୍ଷରୁ କମ୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.