ହାଇଦ୍ରାବାଦ: ହାଇଦ୍ରାବାଦ ଉପକଣ୍ଠରେ ଅଭାବନୀୟ ଘଟଣା । ଝିଅକୁ ହତ୍ୟା କରିବା ପରେ ଦୁଇ ଜଣ ମହିଳା କଲେ ଆତ୍ମହତ୍ୟା । ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ମେଡଚାଲ ଜିଲ୍ଲାର ଜବାହରନଗରରେ । ମୃତ ମହିଳା ଦୁଇ ଜଣଙ୍କ ନାମ ହେଉଛି ଅନୁଷା ଏବଂ ସୁମତି ଏବଂ ଅନୁଷାଙ୍କ 5 ବର୍ଷର ଝିଅ ଉମା ମହେଶ୍ବରୀ । ପ୍ରଥମେ 5ବର୍ଷର ଝିଅକୁ ବିଷ ଦେଇ ମାରି ସାରିବା ପରେ ଦୁଇ ମହିଳା ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି ।
ସୂଚନା ମତାବକ, ମହିଳା ଦୁଇଜଣ କରୀମନଗର ଜିଲ୍ଲାର ବାସିନ୍ଦା ଅଟନ୍ତି । ସେମାନେ ତାଙ୍କ ସ୍ବାମୀମାନଙ୍କ ସହ ଝଗଡ଼ା କରି 10 ଏପ୍ରିଲରେ ମେଡଚାଲ ଜିଲ୍ଲା ଆସିଥିଲେ । ଲକଡାଉନ କାରଣରୁ ରାସନ କିଣି ବିଳମ୍ବରେ ଘରେ ପହଞ୍ଚିବାରୁ ପୁଣି ତାଙ୍କ ସ୍ବାମୀମାନଙ୍କ ସହ ଝଗଡ଼ା ହୋଇଥିଲା । ଏହା ପରେ ସେମାନେ ଜଣାଶୁଣାଙ୍କ ମାଧ୍ୟମରେ ଜୱାହାରନଗର ପାଖରେ ଥିବା ଏକ ଚର୍ଚ୍ଚରେ ଆଶ୍ରୟ ନେଇଥିଲେ । ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି ।
@ IANS