ETV Bharat / bharat

ରକ୍ତରେ ଚିଠି ଲେଖି ରାଷ୍ଟ୍ରପତିଙ୍କୁ ଇଚ୍ଛା ମୃତ୍ୟୁ ମାଗିଲେ ଦୁଇ ମହିଳା

ନ୍ୟାୟ ନ ମିଳିବାରୁ ରାଷ୍ଟ୍ରପତିଙ୍କୁ ରକ୍ତରେ ଚିଠି ଲେଖିଲେ ପଞ୍ଜାବର ଦୁଇ ମହିଳା । ଘଟଣାରେ ପୋଲିସର ତଦନ୍ତ ଜାରି ।

ପ୍ରତିକାତ୍ମକ ଫଟୋ
author img

By

Published : Jul 7, 2019, 10:32 AM IST

ଚଣ୍ଡିଗଡ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରକ୍ତରେ ଚିଠି ଲେଖଛନ୍ତି ପଞ୍ଜାବ ମୋଗା ସହରର 2 ଜଣ ମହିଳା । ଦୁଇଜଣ ମହିଳା ହେଲେ ନିଶା ଓ ଅମନଜୌତ କୌର । ସେମାନଙ୍କୁ ମିଥ୍ୟା ମାମଲାରେ ଫଶାଯାଇଛି । ନ୍ୟାୟ ନମିଳିବାରୁ ଯେଉଁଥିପାଇଁ ସେମାନେ ଚିଠି ମାଧ୍ୟମରେ ଇଚ୍ଛା ମୃତ୍ୟୁ ମାଗିଛନ୍ତି ।

ଉଭୟ ମହିଳାଙ୍କୁ ଅଭିଯୋଗକାରୀ ଧମକ ଚମକ ଦେଉଥିବାବେଳେ ସେମାନଙ୍କ ବଞ୍ଚିବା ମୁସ୍କିଲ କରିଦେଇଛି । ଯେଉଁଥିପାଇଁ ସେମାନେ ପ୍ରତ୍ୟେକ ଦିନ ଭୟଭୀତ ଅବସ୍ଥାରେ ଦିନ କାଟୁଥିବା ଚିଠିରେ ଲେଖାଯାଇଥିବା ଜଣାପଡିଛି । ଏନେଇ ସେମାନେ ପୋଲିସକୁ ମଧ୍ୟ ଅଭିଯୋଗ କରିଛନ୍ତି । ହେଲେ କୌଣସି ଫଳ ନମିଳିବାରୁ ଉଭୟ ବାଧ୍ୟ ହୋଇ ଏପରି ପଦକ୍ଷେପ ନେଇଛନ୍ତି ।

ଅନ୍ୟପଟେ ପୋଲିସ ସବଇନସପେକ୍ଟର କୁଲଜିନ୍ଦର ସିଂହ କହିଛନ୍ତି ଯେ, ଏହି ଘଟଣାର ଯାଞ୍ଚ ଚାଲିଛି । ଉଭୟଙ୍କ ଉପରେ ଆରୋପ ଲାଗିଛି ଯେ ସେମାନେ ବେଆଇନ ଭାବେ ବିଦେଶକୁ କିଛି ବ୍ୟକ୍ତିଙ୍କୁ ଚାଲାଣ କରୁଥିଲେ । ତେବେ ଏହି ଘଟଣାର ଯାଞ୍ଚ ପରେ ହିଁ ସମସ୍ତ ଘଟଣା ସାମ୍ନାକୁ ଆସିବ ବୋଲି ସବଇନ୍ସପେକ୍ଟର କହିଛନ୍ତି ।

Intro:Body:

BLANK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.