ETV Bharat / bharat

ଚୀନର ଦାଦାଗିରିରର ଜବାବ ଦେବ ଆମେରିକା ! ଦକ୍ଷିଣ ଚୀନ ସାଗରରେ ନୌସେନାର ଯୁଦ୍ଧାଭ୍ୟାସ - ଯୁଦ୍ଧାଭ୍ୟାସ

ଆମେରିକା ନୌସେନା 2 ଟି ଏୟାରକ୍ରାଫ୍ଟକୁ ଦକ୍ଷିଣ ଚୀନ ସାଗରରେ ଯୁଦ୍ଧାଭ୍ୟାସ ପାଇଁ ପଠାଇଛି । ଆମେରିକା ନୌସେନା ଦିନ ରାତି ଏହି ଯୁଦ୍ଧା ଭ୍ୟାସ କରି ଚୀନକୁ କଡା ସନ୍ଦେସ ଦେଇଛନ୍ତି ।

 ଆମେରିକା ନୌସେନା
ଆମେରିକା ନୌସେନା
author img

By

Published : Jul 4, 2020, 1:23 PM IST

ୱାଶିଂଟନ: ଦକ୍ଷିଣ ଚୀନ ସାଗରରେ ଚୀନ ଏବଂ ଆମେରିକା ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି । ଇତି ମଧ୍ୟରେ ଏହି ବିବାଦୀୟ ଅଞ୍ଚଳରେ ଯୁଦ୍ଧାଭ୍ୟାସ କରିଛି ଆମେରିକା । ଆମେରିକା ନୌସେନା 2 ଟି ଏୟାରକ୍ରାଫ୍ଟକୁ ଦକ୍ଷିଣ ଚୀନ ସାଗରରେ ଯୁଦ୍ଧାଭ୍ୟାସ ପାଇଁ ପଠାଇଛି । ଆମେରିକା ନୌସେନା ଦିନ ରାତି ଏହି ଯୁଦ୍ଧା ଭ୍ୟାସ କରି ଚୀନକୁ କଡା ସନ୍ଦେଶ ଦେଇଛନ୍ତି । ଏହି ଅଞ୍ଚଳରେ ଚୀନ ନୌସେନା ମଧ୍ୟ ଯୁଦ୍ଧାଭ୍ୟାସ କରୁଛନ୍ତି ।

ଆମେରିକା ନୌସେନାର ଲେଫ୍ଟନାଣ୍ଟ କମାଣ୍ଡର ଶାନ ବ୍ରୋଫି ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆମେରିକା ଦକ୍ଷିଣ ଚୀନ ସାଗରରେ ସ୍ବତନ୍ତ୍ର ଏବଂ ଖୋଲା ହିନ୍ଦ ପ୍ରଶାନ୍ତ ମହାସାଗରର ସମର୍ଥନରେ ଅଛି । ଆମେରିକା ନୌସେନାର ଯୁଦ୍ଧପୋତ ୟୁଏସଏସ ନିମିତ୍‌ଜ ଏବଂ ୟୁଏସଏସ ରୋନାଲ୍ଡ ରୀଗନ ଏହି ଅଞ୍ଚଳରେ ଡୁଆଲ କ୍ୟାରିୟର ଅପରେଶନ ସଂଚାଳିତ କରୁଛନ୍ତି । ଆମେରିକା ନୌସେନା ଏଠାରେ ଯୁଦ୍ଧାଭ୍ୟାସ ମଧ୍ୟ କରୁଛି । ଏହି ଘଟଣା ଏଭଳି ସମୟରେ ହୋଇଛି ଯେତେବେଳେ ଗଲୱାନ ଘାଟିରେ ଭାରତ-ଚୀନ ମଧ୍ୟରେ ବିବାଦ ଚରମସୀମାରେ ପହଞ୍ଚିଛି ।

ଦକ୍ଷୀଣ ଚୀନ ସାଗରରେ ଜାରି ଏହି ଯୁଦ୍ଧାଭ୍ୟାସରେ ଆମେରିକା ନୌସେନାର 2ଟି ଏୟାରକ୍ରାଫ୍ଟ ବ୍ୟତିତ 4ଟି ଯୁଦ୍ଧପୋତ ଦିନରାତି ଯୁଦ୍ଧାଭ୍ୟାସ କରୁଛନ୍ତି । ଏହାର ମୁଖ୍ୟ ଉଦ୍ଦେଶ୍ୟ ଏହି ବିବାଦୀୟ ଅଞ୍ଚଳରେ ନିଜର କ୍ଷମତା ପ୍ରଦର୍ଶନ କକରିବା ଏବଂ କୌଣସି ଦୁଃସାହାସ ନକରିବାକୁ ଚୀନକୁ ସନ୍ଦେଶ ଦେବା ।ଏହି ଯୁଦ୍ଧାଭ୍ୟାସର ଉଦ୍ଦେଶ୍ୟ ଏହି ଅଞ୍ଚଳରେ ସମସ୍ତ ଦେଶକୁ ଉଡାନ ଭରିବା, ସାମୁଦ୍ରିକ ଅଞ୍ଚଳ ଦେଇ ଯାତ୍ରା କରିବା ଏବଂ ଅନ୍ତରାଷ୍ଟ୍ରୀୟ ଆଇନ ଅନୁଯାୟୀ ସଂଚାଳନ କରିବାରେ ସାହାଯ୍ୟ କରିବା ବୋଲି ଆମେରିକା କହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.