ETV Bharat / bharat

ଲକଡାଉନ: ବୁଲା କୁକୁରଙ୍କୁ ଖାଇବାକୁ ଦେଲେ ଦୁଇ ଭଉଣୀ

author img

By

Published : Mar 27, 2020, 9:41 AM IST

ଲକ ଡାଉନ ସମୟରେ ଯେତେବେଳେ ସମସ୍ତ ଲୋକ ଘରେ ନିଜକୁ ବନ୍ଦ କରି ରଖିଛନ୍ତି ସେହି ସମୟରେ ମହାରାଷ୍ଟ୍ରରେ ଏକ ନିଆରା ଚିତ୍ର ସାମ୍ନାକୁ ଆସିଛି ।

2 sister from maharatra provide food to stray dog
ବୁଲା କୁକୁରଙ୍କୁ ଖାଦ୍ୟ ଖୁଆଇଲେ ଦୁଇ ଭଉଣୀ

ମୁମ୍ବାଇ: ଦିନ ପରେ ଦିନ ବିତିବା ସହ ଭୟଙ୍କରରୁ ଅତି ଭୟଙ୍କର ରୂପ ଧାରଣ କରୁଛି ମାରାତ୍ମକ କୋରୋନା ଭାଇରସ । ଚୀନର ଉହାନରୁ ଉତ୍ପତ୍ତି ହୋଇଥିବା ଏହି ମାରାତ୍ମକ ଭାଇରସ ସମଗ୍ର ବିଶ୍ବକୁ ନିଜ କବଳରେ ରଖିଥିବା ବେଳେ ଭାରତରେ ମଧ୍ୟ ନିଜ କାୟା ବିସ୍ତାର କରିସାରିଲାଣି । ଯାହାକୁ ନେଇ ଦେଶରେ ଲକ ଡାଉନ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଲକ ଡାଉନ ସମୟରେ ଯେତେବେଳେ ସମସ୍ତ ଲୋକ ଘରେ ନିଜକୁ ବନ୍ଦ କରି ରଖିଛନ୍ତି ସେହି ସମୟରେ ମହାରାଷ୍ଟ୍ରରେ ଏକ ନିଆରା ଚିତ୍ର ସାମ୍ନାକୁ ଆସିଛି ।

ମହାରାଷ୍ଟ୍ରର ରହୁଥିବା ଦୁଇ ଭଉଣୀ କାଜଲ ଏବଂ ଦିଶା ଘର ବାହାରକୁ ଆସି ବୁଲା କୁକୁର ମାନଙ୍କୁ ଖାଦ୍ୟ ଖୁଆଉଥିବା ଦେଖିବାକୁ ମିଳିଛି । ତେବେ ସେମାନଙ୍କ କହିବା ଅନୁଯାୟୀ, ଯେତେବେଳେ ସମଗ୍ର ଦେଶକୁ ବର୍ତ୍ତମାନ ଲକ ଡାଉନ କରାଯାଇଛି । ସେଥିପାଇଁ ବହୁ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆଦି ବନ୍ଦ ରହିଛି ।

ଏଥିସହ ଲୋକମାନେ ବାହାରକୁ ମଧ୍ୟ ଆସୁନାହାନ୍ତି । ଏହି ପରିସ୍ଥିତିରେ କୁକୁରମାନଙ୍କୁ ଖାଦ୍ୟ ମିଳିବା ବହୁତ କଷ୍ଟ। ତେଣୁ ଆମର ଏହା ଦାୟିତ୍ବ ରହିବା ଦରକାର ଯେ ଏଭଳି କଠିନ ସମୟରେ ପଶୁ ପକ୍ଷୀଙ୍କୁ ଖାଦ୍ୟ ଯୋଗାଇବା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.