ETV Bharat / bharat

ଐତିହାସିକ ଦିନ: ଭାରତ-ଆମେରିକା ମଧ୍ୟରେ BECA ଚୁକ୍ତି ସ୍ବାକ୍ଷର - us-india

ଭାରତ ଓ ଆମେରିକା ମଧ୍ୟରେ 2 + 2 ଆଲୋଚନା ଆରମ୍ଭ ହୋଇଛି । ଏହି ଅବସରରେ ଐତିହାସିକ ମୌଳିକ ବିନିମୟ ଏବଂ ସହଯୋଗ ଚୁକ୍ତି (BECA) ଭାରତ ଏବଂ ଆମେରିକା ମଧ୍ୟରେ ସ୍ବାକ୍ଷରିତ ହୋଇଛି । ଅଧିକ ପଢନ୍ତୁ...

ଭାରତ-ଆମେରିକା ମଧ୍ୟରେ 2+2 ଆଲୋଚନା
ଭାରତ-ଆମେରିକା ମଧ୍ୟରେ 2+2 ଆଲୋଚନା
author img

By

Published : Oct 27, 2020, 2:09 PM IST

Updated : Oct 27, 2020, 3:25 PM IST

ନୂଆଦିଲ୍ଲୀ: ଭାରତ ଓ ଆମେରିକା ପାଇଁ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଦିନ । ଭାରତ ଓ ଆମେରିକା ମଧ୍ୟରେ 2 + 2 ଆଲୋଚନା ଆରମ୍ଭ ହୋଇଛି । ଏହି ଆଲୋଚନା ପାଇଁ ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ, ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସପର ଦିଲ୍ଲୀରେ ଅଛନ୍ତି। ଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ତାଙ୍କ ପ୍ରତିପକ୍ଷଙ୍କୁ ସ୍ବାଗତ କରିଛନ୍ତି । ଏହି ଅବସରରେ ଐତିହାସିକ ମୌଳିକ ବିନିମୟ ଏବଂ ସହଯୋଗ ଚୁକ୍ତି (BECA) ଭାରତ ଏବଂ ଆମେରିକା ମଧ୍ୟରେ ସ୍ବାକ୍ଷରିତ ହୋଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଜିଭେଶ ନନ୍ଦନ ଭାରତ ପକ୍ଷରୁ ଏହି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି।

ଏହି ବୁଝାମଣାର ମୁଖ୍ୟ ଆକର୍ଷଣ ଥିଲା BECA ଚୁକ୍ତିନାମା । ଏହା ବ୍ୟତିତ ପୃଥିବୀ ବିଜ୍ଞାନରେ ବୈଷୟିକ ସହଯୋଗ ପାଇଁ ଏମଓୟୁ, ଆଣବିକ ସହଯୋଗ ଉପରେ ବ୍ୟବସ୍ଥା ବିସ୍ତାର କରିବାର ବ୍ୟବସ୍ଥା, ଡାକ ସେବା ଉପରେ ଚୁକ୍ତିନାମା, ଆୟୁର୍ବେଦ ଏବଂ କର୍କଟ ଅନୁସନ୍ଧାନରେ ସହଯୋଗ ଉପରେ ଚୁକ୍ତିନାମା ଆଦି ସ୍ବାକ୍ଷର ହୋଇଛି । ଏହି ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଆମେରିକାର ବୈଦେଶିକ ସଚିବ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟି ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କ ବିବୃତ୍ତିରେ କହିଛନ୍ତି, ଭାରତ ଏବଂ ଆମେରିକା ମଧ୍ୟରେ ବନ୍ଧୁତା କ୍ରମାଗତ ଭାବେ ମଜବୁତ ହୋଇଛି । ଏପରିକି 2 + 2 ବୈଠକରେ ମଧ୍ୟ ଦୁଇ ଦେଶ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏଥିରେ କୋରୋନା ସଙ୍କଟ ପରର ପରିସ୍ଥିତି, ବିଶ୍ବର ବର୍ତ୍ତମାନର ସ୍ଥିତି, ସୁରକ୍ଷା ପ୍ରସଙ୍ଗରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ କହିବାନୁସାରେ, ଉଭୟ ଦେଶ ପରମାଣୁ ସହଯୋଗ ବୃଦ୍ଧି ପାଇଁ ପଦକ୍ଷେପ ନେଇଛନ୍ତି ଏବଂ ଭାରତୀୟ ଉପମହାଦେଶରେ ସୁରକ୍ଷା ପରିସ୍ଥିତି ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ।

ଏହାସହ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସପର କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ ଭାରତ ଏବଂ ଆମେରିକା ମଧ୍ୟରେ ବନ୍ଧୁତା କେବଳ ଏସିଆ ନୁହେଁ ବିଶ୍ବ ପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ। ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଚୀନ ଠାରୁ ବିଶ୍ବ ପାଇଁ ବିପଦ ବଢୁଛି । ଏଭଳି ପରିସ୍ଥିତିରେ ବଡ ଦେଶକୁ ଏକାଠି ହେବାକୁ ପଡିବ। ମାର୍କ ଏସପରଙ୍କ ଅନୁଯାୟୀ ଭାରତ-ଜାପାନ ଏବଂ ଆମେରିକା ଏକାଠି ଅନେକ ସାମରିକ କାର୍ଯ୍ୟ କରିବେ । ମାଲାବାର ଏକ୍ସରସାଇଜ୍ ମଧ୍ୟ କରାଯିବ। ଏହା ବ୍ୟତୀତ ପ୍ରତିରକ୍ଷା ସୂଚନା ବାଣ୍ଟିବାରେ ଉଭୟ ଦେଶ ଏକ ନୂତନ ପର୍ଯ୍ୟାୟରେ ଆଗକୁ ବଢୁଛନ୍ତି।

ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ କହିଛନ୍ତି ଯେ ଆଜି ବିଶ୍ବରେ ବଡ ବଡ ଘଟଣା ଘଟୁଛି । ଉଭୟ ଦେଶ ନୂଆ ଆଶା ସହିତ ଆଗକୁ ବଢୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ବରେ ଭାରତ-ଆମେରିକା ବନ୍ଧୁତା ମଜବୁତ ହୋଇଛି। ସେ ଏହା ମଧ୍ୟ କହିଛନ୍ତି ଯେ, ଚୀନ ଦ୍ବାରା ବ୍ୟାପିଥିବା ଭାଇରସର ପ୍ରଭାବ ସମଗ୍ର ବିଶ୍ବରେ ଦୃଶ୍ୟମାନ ହେଉଛି । ଚୀନର କମ୍ୟୁନିଷ୍ଟ ପାର୍ଟି ଅନେକ କୌଶଳ ଅବଲମ୍ବନ କରି ବିଶ୍ବକୁ ଭୟଭୀତ କରିବାକୁ ଚେଷ୍ଟା କରୁଛି କିନ୍ତୁ ଭାରତ ଏବଂ ଆମେରିକା କେବଳ ଚୀନ ନୁହେଁ ବରଂ ଅନ୍ୟ ସମସ୍ତ ଚ୍ୟାଲେଞ୍ଜ ସହ ଲଢିବାକୁ ପ୍ରସ୍ତୁତ। ଭାରତ-ଆମେରିକା ପ୍ରତିରକ୍ଷା, ସାଇବର ସ୍ପେସ୍, ଅର୍ଥନୀତି କ୍ଷେତ୍ରରେ ଦୃଢ ରହିବ। ଆମେ UNSC ରେ ଭାରତର ସ୍ଥାୟୀ ଆସନକୁ ସମର୍ଥନ କରୁଛୁ ।

ଏହାସହ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି ଯେ ଆଜିର ବାର୍ତ୍ତାଳାପ ଦୁନିଆର ଉଭୟ ଦେଶର ପ୍ରଭାବକୁ ଦର୍ଶାଉଛି । ଆମେ ଦୁନିଆର ଅନେକ ବଡ ପ୍ରସଙ୍ଗ ବିଷୟରେ ଆଲୋଚନା କରିଛୁ। ଉଭୟ ଦେଶରେ ଅର୍ଥନୈତିକ, ପ୍ରତିରକ୍ଷା, ଅନେକ ସ୍ତରରେ ସୂଚନା ବାଣ୍ଟିବା ସହିତ ଏହି କ୍ଷେତ୍ରରେ ନିରନ୍ତର ଅଗ୍ରଗତି ବିଷୟରେ ଆଲୋଚନା ହୋଇଛି।

ସୌଜନ୍ୟ @ANITWITTER

Last Updated : Oct 27, 2020, 3:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.